ସ୍ୱାଧୀନ ଭାରତର ଏପରି ଏକ ଦୃଶ୍ୟ, ଯାହା ଏବେ ବି ଆମ ମନକୁ ବିଚଳିତ କରୁଛି’ : ୧୭ ବର୍ଷର ଝିଅକୁ କାନ୍ଧରେ ବସାଇ ୨୬ କିମି ଦୂର ହସପିଟାଲକୁ ଚାଲିଲେ ୬୦ ବର୍ଷୀୟ ବୃଦ୍ଧ ବାପା

ଖରାରେ ଆପଣ ଟିକେ ଚାଲିକି ଧଇଁସଇଁ ହୋଇପଡନ୍ତି । ଖରା ଦେଖି ଆପଣ ଯୁବାବସ୍ଥାରେ ମଧ୍ୟ ଥକ୍କି ପଡନ୍ତି ଟିକେ କାମ କରିବା ପାଇଁ । କିନ୍ତୁ ୬୦ ବର୍ଷୀୟ ବୃଦ୍ଧ ଖରାରେ ୧୭ ବର୍ଷ ଝିଅକୁ କାନ୍ଧରେ ବସାଇ ଚାଲିବା କେତେ ଯେ କଷ୍ଟକର ତାହା ଆପଣ ହୁଏତ ବୁଝିପାରୁଥିବେ । ସ୍ୱାଧୀନ ଭାରତର ଏପରି ଏକ ଦୃଶ୍ୟ, ଯାହା ଏବେ ଆମ ମନକୁ ବିଚଳିତ କରୁଛି । ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢୁଥିବା ବେଳେ ୩ ମଇ ପର୍ଯ୍ୟନ୍ତ ଭାରତରେ ଲକଡାଉନ ଚାଲିଛି । ସବୁକିଛି ବନ୍ଦ, ସଡକରେ ଗାଡି ଠାରୁ ଆରମ୍ଭ କରି ଦୋକାନ ବଜାର ସବୁକିଛି ଠପ୍‍ ହୋଇପଡିଛି । ଏମିତିରେ ଜଣେ ବାପା ନିଜର ୧୭ ବର୍ଷର ଝିଅକୁ କାନ୍ଧରେ ବସାଇ ଚାଲିଛି । ଆଉ କେଉଁଠିକୁ ନୁହେଁ ବରଂ ଚିକିତ୍ସା ପାଇଁ ଡାକ୍ତରଖାନାକୁ । ରୋଗାଗ୍ରସ୍ତ ଝିଅକୁ ଚିକତ୍ସା ପାଇଁ ବାପା କାନ୍ଧରେ ବସାଇ ୨୬ କିମି ବାଟ ଚାଲି ଚାଲି ହସପିଟାଲରେ ପହଞ୍ଚିଛନ୍ତି ।

ମୁମ୍ବାଇର ଗୋଭଣ୍ଡିର ଝୁଗି ବସ୍ତିରେ ରହୁଥିବା ମୋହମଦ ରଫି ରୋଷେୟା ଭାବେ କାମ କରନ୍ତି । କିନ୍ତୁ ଲକଡାଉନ ଚାଲିଥିବା ଯୋଗୁଁ ତାଙ୍କର ଏହି କାମ ମଧ୍ୟ ବନ୍ଦ ରହିଛି । ଗତକାଲି ଝିଅର ପେଟରେ ଭୟଙ୍କର ଯନ୍ତ୍ରଣା ହେବାରୁ ସେ ବିଝଣାରୁ ଉଠିପାରିନଥିଲା । ଯନ୍ତ୍ରଣାରେ ଝଟପଟ ହେଉଥିବା ଝିଅକୁ ଦେଖି ବାପା ମଧ୍ୟ ସମ୍ଭାଳି ରହିପାରିଥିଲେ । ଲକଡାଉନ ଯୋଗୁଁ ଡାକ୍ତରଖାନା ଆସିବାକୁ କୌଣସି ଗାଡି ନଥିଲା କି ନିଜେ ଗାଡି ଭଡା କରି ଆସିବାକୁ ଅର୍ଥ ନଥିଲା । କାମ ଧନ୍ଦା ବନ୍ଦ, ଖାଇବା ପାଇଁ ବହୁତ କଷ୍ଟ କରିବାକୁ ପଡୁଥିବା ବେଳେ ଗାଡି କିପରି କରିପାରିଥାନ୍ତେ । ତେଣୁ ମୋହମଦ ବାଧ୍ୟ ହୋଇ ନିଜର ବୟସ୍କ କାନ୍ଧରେ ୧୭ ବର୍ଷର ଝିଅକୁ ବସାଇ ୨୬ କିମି ଚାଲିଚାଲି ହସପିଟାଲରେ ପହଞ୍ଚିଥିଲେ ।

lock d

ଦୀର୍ଘ ୨୬ କିଲୋମିଟର ଚାଲିବା ପରେ ମୋହମଦ ତାଙ୍କ ଝିଅକୁ କେଇଏମ ହସପିଟାଲରେ ଭର୍ତ୍ତି କରିଥିଲେ । ରୋଗିଣା ଝିଅକୁ ହସପିଟାଲରେ ପହଞ୍ଚାଇ ବେଳକୁ ବାପାର ଅବସ୍ଥା ମଧ୍ୟ ଖରାପ ହୋଇସାରିଥିଲା । କେବଳ ଏହି ହସପିଟାଲରେ ମାଗଣା ଚିକିତ୍ସା କରିବେ ବୋଲି ୨୬ କିମି ବାଟ ଚାଲିଆସିଥିଲେ ମୋହମଦ । ପୁଣି ହସପିଟାଲରେ ଫେରିବା ମଧ୍ୟ ୨୬ କିମି ବାଟ ଚାଲିଚାଲି ଘରକୁ ଫେରିଥିଲେ ମୋହମଦ ।

କରୋନା ଯୋଗୁଁ ସମଗ୍ର ଦେଶ ଲକଡାଉନ ଥିବା ବେଳେ ଏମିତି ବହୁତ ଲୋକ ହଇରାଣ ହେଉଛନ୍ତି । କିନ୍ତୁ ଏହି ମହାମାରୀ ସହିତ ଲଢିବା ପାଇଁ ସରକାର ଏପରି କରିଛିନ୍ତି ।

Leave A Reply

Your email address will not be published.