Below header

କୋଭିଡ୍‌ ପରିସ୍ଥିତି ଓ ରଥଯାତ୍ରା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ପରିସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଚଳିତ ବର୍ଷ ପୁରୀ ରଥଯାତ୍ରା ଆୟୋଜନ ନେଇ ମଧ୍ୟ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକ ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଆସନ୍ତା ଜୁନ ୫ ତାରିଖରେ ସ୍ନାନ ଯାତ୍ରା, ୨୧ରେ ନବଯୌବନ ଦର୍ଶନ ଓ ଜୁନ ୨୩ରେ ରଥଯାତ୍ରା ପଡୁଛି । ରଥଯାତ୍ରା ପାଇଁ ପ୍ରାୟ ୨ ମାସ ସମୟ ରହିଛି । ଆଉ ଗୋଟିଏ ଦିନ ପରେ ପଡୁଛି ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା । ଏହି ଦିନ ରଥକାଠ ମଧ୍ୟ ଅନୁକୂଳ ହେବ। ଏନେଇ ଉଭୟ ମହାରଣା ଓ ଭୋଇ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି। ଏହାପରେ ୩ଟି ରଥର ନିର୍ମାଣ କାମ ସହ ମହାପ୍ରଭୂଙ୍କ ୨୧ଦିନିଆ ଚାପଖେଳ ଆରମ୍ଭ ହେବ। ତେବେ ଏଥର ଚାପ ଖେଳ ବିନା ଭକ୍ତରେ ଅନୁଷ୍ଠିତ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.