କରୋନା ଭାଇରସକୁ ମାତ ଦେବାରେ ସଫଳ ହେଉଛି ପ୍ଳାଜମା ଥେରାପି

କରୋନା ଭାଇରସକୁ ରୋକିବା ପାଇଁ ପ୍ଲାଜମା ଥେରାପି । ଦିଲ୍ଲୀର ୪ ଜଣ ରୋଗୀଙ୍କ ଉପରେ ଏହି ଥେରାପି ଟ୍ରାଏଲ କରାଯାଇଛି ।ରୋଗୀମାନଙ୍କ ଉପରେ ଏହି ଥେରାପିର ଭଲ ପ୍ରଭାବ ପଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସୂଚନା ଦେଇଛନ୍ତି । କେଜ୍ରିଓ୍ଵାଲଙ୍କ ସୂଚନା ଅନୁସାରେ ୪ ଜଣଙ୍କ ମଧ୍ୟରୁ ୨ ଜଣ ଖୁବ୍‌ ଶୀଘ୍ର ମେଡିକାଲରୁ ଡିସ୍‌ଚାର୍ଜ ହୋଇପାରନ୍ତି । ସେହିପରି ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଛି । ଖୁବ୍‌ ଶୀଘ୍ର ସେମାନେ ମଧ୍ୟ ସୁସ୍ଥ ହୋଇଯିବେ ବୋଲି କେଜ୍ରିଓ୍ଵାଲ କହିଛନ୍ତି । ୧୦ରୁ ୧୫ ଦିନ ମଧ୍ୟରେ ରୋଗୀମାନେ ସୁସ୍ଥ ହୋଇପାରିବେ ।

plasma

କରୋନା ପାଇଁ କୌଣସି ଟିକା କିମ୍ବା ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ପ୍ଲାଜମା ଚିକିତ୍ସା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏହି ପଦ୍ଧତିରେ କରୋନାରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜ୍‌ମା ନେଇ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ପ୍ଲାଜମା ଥେରାପି ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିବା କେଜ୍ରିଓ୍ଵାଲ କହିଛନ୍ତି । ଦିଲ୍ଲୀ ସମେତ ୫ଟି ରାଜ୍ୟ କେରଳ, କର୍ଣ୍ଣାଟକ, ଗୁଜରାଟ, ପଞ୍ଜାବରେ ଏହି ଥେରାପିର ପ୍ରୟୋଗ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.