ଦେଶର ସରପଞ୍ଚମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଆତ୍ମନିର୍ଭରଶୀଳ ହୋଇ କରୋନାକୁ ହରାଇବା ଦେଲେ ପରାମର୍ଶ

ନୂଆଦିଲ୍ଲୀ: ପଞ୍ଚାୟତିରାଜ ଦିବସରେ ଦେଶର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍‌ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁ ପଞ୍ଚାୟତର ମୁଖିଆ ସରପଞ୍ଚଙ୍କୁ ଶୁଭକାମନା ଜଣାଇଛନ୍ତି। ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ପଞ୍ଚାୟତିରାଜ ଦିବସରେ ଗାଁକୁ ସ୍ୱରାଜ ପହଞ୍ଚାଇବା ଲକ୍ଷ୍ୟ ରହିଛି । କରୋନା ଯୋଗୁଁ ନାନାଦି ସମସ୍ୟା ସୃଷ୍ଟି ହେଉଛି । ବିପଦ ବେଳେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଆତ୍ମନିର୍ଭରଶୀଳ ହୋଇ କରୋନାକୁ ହରାଇବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି ।

PM MODIଏଥିସହ ଇ-ଗ୍ରାମ୍ୟ ସ୍ୱରାଜ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି ପିଏମ । ପଞ୍ଚାୟତ ମଜଭୁତ ହେଲେ ଲୋକତନ୍ତ୍ର ମଜଭୁତ ହେବ । ଆମେ ଘରେ ରହିଲେ ହିଁ ସୁସ୍ଥ ରହିବା । ପଞ୍ଚାୟତ ସୁସ୍ଥ ରହିଲେ ବିକାଶ ଅଧିକ ହେବ ବୋଲି କହିଛନ୍ତି ପିଏମ । ପଞ୍ଚାୟତ ସହ ଜଡ଼ିତ କାମ ସରକାର ହାତକୁ ନେଉଛନ୍ତି । ସ୍ୱାମୀତ୍ୱ ଯୋଜନା ପଞ୍ଚାୟତକୁ ଆଧୁନିକୀକରଣ କରିବ । ସ୍ୱାମୀତ୍ୱ ଯୋଜନାରେ ଗାଁର ସମ୍ପତ୍ତିର ମ୍ୟାପିଂ ହେବ । ଯୋଜନାରେ ଗାଁ ସମ୍ପତ୍ତିର ମାଲିକାନା ପ୍ରମାଣପତ୍ର ମିଳିବ । ଗାଁ ଲୋକମାନେ ମଧ୍ୟ ସହଜରେ ନେଇପାରିବେ । ସାମାଜିକ ଦୂରତା ଦ୍ୱାରା କରୋନାକୁ ହରାଇବା ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.