୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ‘ସର୍ଦ୍ଦାର ଉଦ୍ଧମ ସିଂ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’
ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ହାତେଇଛି ଭିକ୍କି କୌଶଲଙ୍କ ଅଭିନୀତ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’। ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଭାବେ ‘ଆର୍ଆର୍ଆର୍’କୁ ମିଳିଛି ପୁରସ୍କାର।

ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ହାତେଇଛି ଭିକ୍କି କୌଶଲଙ୍କ ଅଭିନୀତ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’। ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଭାବେ ‘ଆର୍ଆର୍ଆର୍’କୁ ମିଳିଛି ପୁରସ୍କାର। ଏହିପରି ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ‘ରୁକ୍ଟ୍ରି: ଦ ନମ୍ବି ଇଫେକ୍ଟ’ ଜାତୀୟ ପୁରସ୍କାର ପାଇଛି। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି ‘ପ୍ରତୀକ୍ଷା’।
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ‘ପୁଷ୍ପା’ ପୁରସ୍କାର ଜିତିଥିବା ବେଳେ ‘ଗଙ୍ଗୁବାଇ କାଠିଆଓ୍ଵାଡି’କୁ ମିଳିଛି ଶ୍ରେଷ୍ଠ ମେକ୍ଅପ ଆର୍ଟିଷ୍ଟର ପୁରସ୍କାର। ବେଷ୍ଟ୍ କୋରିଓଗ୍ରାଫି ଏବଂ ବେଷ୍ଟ୍ ଆକ୍ସନ ଡାଇରେକ୍ସନ ପାଇଁ ଆଓ୍ଵାର୍ଡ ଜିତିଛି ‘ଆର୍ଆର୍ଆର୍’।
‘ପୁଷ୍ପା’ ପାଇଁ ଦେବୀ ଶ୍ରୀପ୍ରସାଦ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ଜିତିଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି ଅଲ୍ଲୁ ଅର୍ଜୁନ୍। ଆଲିଆ ଭଟ୍ଟ ଓ କ୍ରିତି ସାନନ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଜିତିଛନ୍ତି। ଶ୍ରେୟା ଘୋଷାଲ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ବିବେଚିତ ହୋଇଛନ୍ତି। ପଙ୍କଜ ତ୍ରିପାଠୀଙ୍କୁ ମିଳିଛି ଶ୍ରେଷ୍ଠ ସହ ଅଭିନେତାର ପୁରସ୍କାର।
ଜାଣନ୍ତୁ କାହା କାହାକୁ ମିଳିଲା ଜାତୀୟ ପୁରସ୍କାର
ବେଷ୍ଟ୍ ନର୍ଗିସ୍ ଦତ୍ତ ଆଓ୍ଵାର୍ଡ ଫର୍ ବେଷ୍ଟ୍ ଫିଲ୍ମ ଅନ୍ ନ୍ୟାସନାଲ ଇଣ୍ଟିଗ୍ରେସନ: ଦ କାଶ୍ମୀର ଫାଇଲ୍
ବେଷ୍ଟ୍ କଷ୍ଟ୍ୟୁମ୍ ଡିଜାଇନର୍: ସର୍ଦ୍ଦାର ଉଦ୍ଧମ ସିଂ
ବେଷ୍ଟ୍ ପ୍ରଡକ୍ସନ ଡିଜାଇନର୍: ସର୍ଦ୍ଦାର ଉଦ୍ଧମ ସିଂ
ବେଷ୍ଟ୍ ଏଡିଟିଂ: ଗଙ୍ଗୁବାଇ କାଠିଆଓ୍ଵାଡି
ବେଷ୍ଟ୍ ସିନେମାଟୋଗ୍ରାଫି: ସର୍ଦ୍ଦାର ଉଦ୍ଧମ ସିଂ
ଶ୍ରେଷ୍ଠ ସହ ଅଭିନେତ୍ରୀ: ପଲ୍ଲବୀ ଜୋଶୀ (ଦ କାଶ୍ମୀର ଫାଇଲ୍)
ଶ୍ରେଷ୍ଠ ଶିଶୁ କଳାକାର: ଭାବିନ୍ ରବାରୀ
ଶ୍ରେଷ୍ଠ ନିର୍ଦ୍ଦେଶନା: ନିଖିଲ ମହାଜନ (ଗୋଦାବରୀ-ଦ ହୋଲି ଓ୍ଵାଟର)
ସ୍ପେଶାଲ ଜୁରୀ ଆଓ୍ଵାର୍ଡ: ଶେର୍ଶାହ