ପୁରୀ: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳ ଖାଇଛି ଗୁଳି

ପୋଲିସର ଗୁଳି ତାର ବାମ ଗୋଡ଼ରେ ବାଜିଛି।ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପିନାକୀ ବିରୁଦ୍ଧରେ ପୂର୍ବରୁ ୧୧ଟି ଅପରାଧିକମାମଲା ଥିବାରୁ ସେ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା।

ପୁରୀ(କେନ୍ୟୁଜ୍): ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଣ୍ଟର । କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ  ପିନୁ ବରାଳ ଗୁଳି ଖାଇଛି । ତା ବାମ ଗୋଡରେ ବାଜିଛି ଗୁଳି । ପିନୁକୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ହସ୍ପିଟାଲରେ ଏଏସପି ଓ ସିଟି ଡିଏସପି ଉପସ୍ଥିତ ଅଛନ୍ତି ।

ପୋଲିସକୁ ଗୁଳି ମାରିବା ବେଳେ ପାଲଟା ଗୁଳିରେ ସେ ଆହତ ହୋଇଛି।ପୋଲିସର ଗୁଳି ତାର ବାମ ଗୋଡ଼ରେ ବାଜିଛି।ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପିନାକୀ ବିରୁଦ୍ଧରେ ପୂର୍ବରୁ ୧୧ଟି ଅପରାଧିକମାମଲା ଥିବାରୁ ସେ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ପିନାକୀ ବିଭିନ୍ନ ମାରଣାସ୍ତ୍ର ଧରି ତାର ସହଯୋଗୀ ସହ ଶଙ୍କରେଶ୍ବର କାଜୁ ଜଙ୍ଗଲରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବାବେଳେ ଗୋଇନ୍ଦା ବିଭାଗର ସୂଚନା ପାଇ ଏସପି କେ.ବିଶାଲ ସିଂହଙ୍କ ନେତୃତ୍ବରେ ବାସେଳୀ ସାହି ଥାନା ଆଇଆଇସି ଓ ସ୍ଵତନ୍ତ୍ର ସ୍କ୍ୱାର୍ଡ ର ଟିମ୍ ଚଢାଉ କରିଥିଲେ । ପିନାକୀ ପୋଲିସ ଟିମକୁ ଦେଖି ପ୍ରଥମେ ଗୁଳି ମାଡ କରିଥିଲା।ପରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ଫଳରେ ଗୁଳିଟି ତାର ବାମ ଗୋଡ଼ରେ ବାଜିଥିଲା।ତାକୁ ଗୁରୁତର ଅବସ୍ଥାରେ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଏହି ଗୁଳି ବିନିମୟରେ ସବ ଇନ୍ସପେକ୍ଟର ବୁଦ୍ଧରାୟ ମାଝୀ ସାମାନ୍ୟ ଆହତ ହୋଇଛନ୍ତି । ତାଠାରୁ ଗୋଟିଏ ବନ୍ଧୁକ ,ଦୁଇଟି ଗୁଳି ,ଗୋଟିଏ ବାଇକ୍ ଓ ଗୋଟିଏ ମୋବାଇଲ ଜବତ ହୋଇଛି। ପିନୁ ପୁରୀ ବାସେଳୀ ସାହି ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.