ତାଇଓ୍ଵାନରେ ଭୂମିକମ୍ପ ପରେ ଚୀନରେ ଝଡ଼ତୋଫାନ ଓ କୁଆପଥର ବର୍ଷା, ୭ ମୃତ; ଅନେକ ଘର କ୍ଷତିଗ୍ରସ୍ତ

ତାଇୱାନରେ ଆଜି ସକାଳେ ଭୟଙ୍କର ଭୂମିକମ୍ପ ପରେ ପଡୋଶୀ ଦେଶ ଚୀନରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି ।

ତାଇୱାନରେ ଆଜି ସକାଳେ ଭୟଙ୍କର ଭୂମିକମ୍ପ ପରେ ପଡୋଶୀ ଦେଶ ଚୀନରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । ଏଥିରେ ପ୍ରାଥମିକ ରୂପେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । କହି ରଖୁଛୁ ଯେ ପୂର୍ବ ଚୀନର ଜିୟାଙ୍ଗସି ପ୍ରଦେଶରେ ଚଳିତ ସପ୍ତାହରେ ଝଡ଼ତୋଫାନ ଏବଂ କୁଆପଥର ବର୍ଷା ହାହାକାର ପରିସ୍ଥିତି ସୃଷ୍ଟି କରିଛି ।

ମୃତ ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ଉଚ୍ଚ ମହଲା ଆପାର୍ଟମେଣ୍ଟରୁ ତଳକୁ ଖସି ପଡ଼ିଥିଲେ । ରିପୋର୍ଟ ମୁତାବକ, ରବିବାରଠାରୁ ଆରମ୍ଭ ହୋଇଥିବା ଏହି ଭୟଙ୍କର ଝଡ଼ତୋଫାନରେ ଶହ ଶହ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୮୦୦ରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଖବର ଅନୁଯାୟୀ, ରାଜଧାନୀ ନାନଚାଙ୍ଗରେ ରବିବାର ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା । ମଙ୍ଗଳବାର ଆଉ ଏକ ଶକ୍ତିଶାଳୀ ତୋଫାନରେ ଭୁଶୁଡି ପଡିଥିବା ଏକ ଘରେ କିଛି ଲୋକ ଫସି ରହିଥିଲେ । ସେଠାରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହିପରି ସହରର ଏକ ଆପାର୍ଟମେଣ୍ଟରେ ଝରକାଗୁଡ଼ିକ ଭାଙ୍ଗି ଯାଇଥିଲା, ଯାହାଫଳରେ ଅଧ ରାତିରେ ୩ ଜଣ ବ୍ୟକ୍ତି ଆପାର୍ଟମେଣ୍ଟରୁ ଖସି ପ୍ରାଣ ହରାଇଥିଲେ ।

ରିପୋର୍ଟ ମୁତାବକ, ୨୦ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟ ବିଲ୍ଡିଂରୁ ଖସି ଜେଜେମା’ ଏବଂ ତାଙ୍କ ୧୧ ବର୍ଷର ନାତିଙ୍କ ମୃତ୍ୟୁ ଘଟିଛି । ଏହିପରି ୧୧ତମ ମହଲାରୁ ଖସି ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.