Below header

ପ୍ରଥମ ଥର ପାଇଁ ଏସସିବି ମେଡିକାଲରେ ଯକୃତ ପ୍ରତିରୋପଣ

କଟକ ଏସସିବି ମେଡିକାଲରେ ଯକୃତ ପ୍ରତିରୋପଣ । ଆଜି SCBରେ ପ୍ରଥମ ଥର ଲାଗି ଲିଭର ପ୍ରତିରୋପଣ କରାଯାଇଛି । ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ୧୦ ଜଣିଆ ଟିମ୍ ଏସସିବି ଡାକ୍ତରଙ୍କ ସହଯୋଗରେ ଏହି ପ୍ରତିରୋପଣ କରିଛନ୍ତି ।

କଟକ (କେନ୍ୟୁଜ୍‌): କଟକ ଏସସିବି ମେଡିକାଲରେ ଯକୃତ ପ୍ରତିରୋପଣ । ଆଜି SCBରେ ପ୍ରଥମ ଥର ଲାଗି ଲିଭର ପ୍ରତିରୋପଣ କରାଯାଇଛି । ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ୧୦ ଜଣିଆ ଟିମ୍ ଏସସିବି ଡାକ୍ତରଙ୍କ ସହଯୋଗରେ ଏହି ପ୍ରତିରୋପଣ କରିଛନ୍ତି । ତେବେ ଅସ୍ତ୍ରୋପଚାର ପୂର୍ବରୁ ରୋଗୀ ଓ ଯକୃତ ଦାତାଙ୍କ ଆଲୋଚନା କରିଥିଲେ ଟିମ୍ ।

ପ୍ରଥମ ଥର ଏଭଳି ଜଟିଳ ଅସ୍ତ୍ରୋପଚାର ହେଉଥିବାରୁ ଉଭୟଙ୍କୁ ମାନସିକ ଚାପରୁ ମୁକ୍ତ ରଖିବାକୁ ପ୍ରାଥମିକତା ଦିଆଯାଇଥିଲା । ଅସ୍ତ୍ରୋପଚାର ପୂର୍ବରୁ ସେଣ୍ଟ୍ରାଲ ଆଇସିୟୁ କୋଠାରେ ଥିବା ମଡ୍ୟୁଲାର ଓଟିକୁ ଯାଞ୍ଚ କରାଯିବା ସହ ପ୍ରତିରୋପଣ ପାଇଁ ସମସ୍ତ ପ୍ରସ୍ତୁତିର ଅନୁଧ୍ୟାନ କରିଥିଲା ଟିମ୍ । ତେବେ ରୋଗୀ ସଂକ୍ରାନ୍ତୀୟ ତଥ୍ୟ ମେଡିକାଲ୍ କର୍ତ୍ତୃପକ୍ଷ ସାର୍ବଜନୀନ କରିନାହାନ୍ତି । ଜଣେ ପୁରୁଷଙ୍କ ଶରୀରରେ ଯକୃତପ୍ରତିରୋପଣ କରାଯାଇଛି। ତାଙ୍କ ପତ୍ନୀ ଏଥିପାଇଁ ଯକୃତ ଦାନ କରାଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.