ବିଜେଡି ବିଧାନସଭା ଦ୍ୱିତୀୟ ପ୍ରାର୍ଥୀ ତାଲିକା, ମୋଟ୍ ୯୯ ଘୋଷଣା ହେଲା
ଆଜି ବିଜୁ ଜନତା ଦଳ୨୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଭୁବନେଶ୍ୱର (କେନ୍ୟୁଜ୍): ଆଜି ବିଜୁ ଜନତା ଦଳ୨୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଝାରସୁଗୁଡ଼ା ଆସନରେ ଦୀପାଳି ଦାସ ଏବଂ ଅଳକା ମହାନ୍ତିଙ୍କୁ ବ୍ରଜରାଜନଗର ଆସନରୁ ପୁଣିଥରେ
ପ୍ରାର୍ଥୀ ହୋଇଛନ୍ତି । ବିନୟ କୁମାର ଟପ୍ପୋଙ୍କୁ ତଳସରା, ଯୋଗେଶ ସିଂଙ୍କୁ ସୁନ୍ଦରଗଡ଼, ଅନୀଲ ବରୁଆଙ୍କୁ ରାଜଗାଙ୍ଗପୁର ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି।
ବଣାଇ ଆସନରେ ଭୀମସେନ ଚୌଧୁରୀ, ଯଶୀପୁରରେ ଚକ୍ରଧର ହେମ୍ବ୍ରମ, ଉଦଳା ଆସନରେ ଶ୍ରୀନାଥ ସୋରେନ, ବାରିପଦାରେ ସାନନ୍ଦ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଛି ଦଳ। ଅନସୂୟା ପାତ୍ରଙ୍କୁ ବଡ଼ସାହି, ପ୍ରୀତିନନ୍ଦା କାନୁନଗୋଙ୍କୁ ମୋରଡ଼ା, ମାଧବ ଧଡ଼ାଙ୍କୁ ସୋର, ନଳିନୀକାନ୍ତ ପ୍ରଧାନଙ୍କୁ ଆଠମଲ୍ଲିକ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବୀରମହାରାଜପୁର, ଅଧିରାଜ ପାଣିଗ୍ରାହୀଙ୍କୁ ଖଡ଼ିଆଳ ଆସନରେ ପ୍ରାର୍ଥୀ କରାଯାଇଛି। କନ୍ଧମାଳ ଆସନରେ ଜୟଶ୍ରୀ କହଁର, ତିର୍ତ୍ତୋଲରେ ରମାକାନ୍ତ ଭୋଇ, ଜଗତସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି ପ୍ରାର୍ଥୀ ହୋଇଛନ୍ତି ।
ଭୁବନେଶ୍ୱରରୁ କିଏ କେଉଁଠି
ଭୁବନେଶ୍ବର ଉତ୍ତରରେ ସୁଶାନ୍ତ କୁମାର ରାଉତ ଏବଂ ଏକାମ୍ର ଭୁବନେଶ୍ବରରେ ଅଶୋକ ପଣ୍ଡା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ଏମାନେ ଏଠାରୁ ଗତଥର ବିଜୟୀ ହୋଇଥିଲେ । ତେବେ ମଧ୍ୟ ଓ ଜୟଦେବ ବାକି ରହିଛି ।
ମାହାଙ୍ଗାରୁ ପ୍ରତାପ ଜେନାଙ୍କ ପୁଅ
ମାହାଙ୍ଗା ଆସନରେ ପ୍ରତାପ ଜେନାଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ସୂର୍ଯ୍ୟମଣି ବୈଦ୍ୟଙ୍କୁ ଖଲିକୋଟ, ମଞ୍ଜୁଳା ସ୍ବାଇଁଙ୍କୁ ଆସ୍କା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଆସନରୁ ଟିକେଟ୍ ମିଳିଛି । ପାରଳାଖେମୁଣ୍ଡି ଆସନରେ ନୂଆ ମୁହଁ ରୂପେଶ ପାଣିଗ୍ରାହୀ, ମୋହନାରେ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଓ ପଟାଙ୍ଗୀରେ ପ୍ରଫୁଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିଛି ବିଜେଡି।
ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେଡି। ଏବେ ୨୭ ସହ ମୋଟ ୯୯ ଆସନ ପାଇଁ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ।…