Below header

କମିଶନରେଟ୍ ପୋଲିସର କବ୍ ଜାରେ ଏରାଗୋଲା ଗ୍ୟାଙ୍ଗ, ୧୧ ଗିରଫ

କମିଶନରେଟ ପୋଲିସ କବଜାରେ ଏରଗୋଲା ଗ୍ୟାଙ୍ଗ । ୧୧ ଜଣ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ । ସେମାନଙ୍କ ଠାରୁ ୧୭ଟି ସୁନା ଚେନ, ଗହଣା ଓ ୨ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଜବତ ଟଙ୍କା ଜବତ ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ୍‌): କମିଶନରେଟ ପୋଲିସ କବଜାରେ ଏରଗୋଲା ଗ୍ୟାଙ୍ଗ । ୧୧ ଜଣ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ । ସେମାନଙ୍କ ଠାରୁ ୧୭ଟି ସୁନା ଚେନ, ଗହଣା ଓ ୨ ଲକ୍ଷରୁ ଉର୍ଦ୍ଧ୍ବ ନଗଦ ଜବତ ଟଙ୍କା ଜବତ ହୋଇଛି । ଦିନ ଦ୍ବିପହରରେ ଲୁଟପାଟ କରି ଲୋକଙ୍କ ନିଦ ହଜାଇ ଦେଇଥିବା ଏହି ବଡ଼ ଲୁଟେରା ଗ୍ୟାଙ୍କକୁ କବଜା କରିଛି ପୋଲିସ । ଏମାନଙ୍କ ଟାର୍ଗେଟରେ ମୁଖ୍ୟତଃ ବ୍ୟାଙ୍କରୁ ଫେରୁଥିବା ଲୋକମାନେ ରହିଥାନ୍ତି । ଅନ୍ୟମନସ୍କତାର ସୁଯୋଗ ନେଇ ଗାଡିର ଡିକି ଭାଙ୍ଗି ମଧ୍ୟ ଲୁଟ କରିଥାନ୍ତି । ବାଟୁଳି ମାରି କାର କାଚ ଭାଙ୍ଗନ୍ତି, ଯାହା ପାରନ୍ତି ଲୁଟ ପାଟ କରନ୍ତି । ସିସିଟିଭି ଫୁଟେଜରେ ଏହି ଗ୍ୟାଙ୍ଗର ଲୁଟପାଟକୁ ଅନୁଧ୍ୟାନ କରିବା ପରେ ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.