Below header

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ୬ ଫୁଟ ଉଚ୍ଚ କଡେଇରେ ପ୍ରସ୍ତୁତ ହେବ ୭ ହଜାର କିଲୋଗ୍ରାମ ରାମ ହାଲୱା

ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା। ବଢିବାରେ ଲାଗିଛି ଆୟୋଜନ। ଜାନୁଆରୀ ୨୯ରୁ ୩୧ ତାରିଖ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସ୍ତୁତ ହେବ ରାମ ହାଲୱା। ହାଲୱା ପ୍ରସ୍ତୁତି ପାଇଁ ନିର୍ମିତ ହୋଇଛି ସାଢେ ୬ ଫୁଟ ଉଚ୍ଚତାର ୧୮ ଶହ କିଲୋଗ୍ରାମ ଓଜନର ହନୁମାନ କଡେଇ।

ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା। ବଢିବାରେ ଲାଗିଛି ଆୟୋଜନ। ଜାନୁଆରୀ ୨୯ରୁ ୩୧ ତାରିଖ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସ୍ତୁତ ହେବ ରାମ ହାଲୱା। ହାଲୱା ପ୍ରସ୍ତୁତି ପାଇଁ ନିର୍ମିତ ହୋଇଛି ସାଢେ ୬ ଫୁଟ ଉଚ୍ଚତାର ୧୮ ଶହ କିଲୋଗ୍ରାମ ଓଜନର ହନୁମାନ କଡେଇ। ନାଗପୁରରେ ନିର୍ମିତ ହୋଇଥିବା ଏହି କଡେଇ ଖୁବଶୀଘ୍ର ଅଯୋଧ୍ଯାରେ ପହଞ୍ଚିବ। ଏହି କଡ଼େଇରେ ପ୍ରସିଦ୍ଧ ଶେଫ ବିଷ୍ଣୁ ମନୋହର ୭ ହଜାର କିଲୋଗ୍ରାମ ରାମ ହାଲୱା ପ୍ରସ୍ତୁତ କରିବେ।

୯ ଶହ କିଲୋଗ୍ରାମ ସୁଜି, ୧ ହଜାର କିଲୋଗ୍ରାମ ଘିଅ, ୨ ହଜାର ଲିଟର କ୍ଷୀର, ୨୫ ଶହ ଲିଟର ପାଣି, ୩ ଶହ କିଲୋଗ୍ରାମର ଡ୍ରାଏ ଫ୍ରୁଟ ଓ ୭୫ କିଲୋଗ୍ରାମ ଗୁଜରାତି ଗୁଣ୍ଡରେ ପ୍ରସ୍ତୁତ ହେବାକୁ ଥିବା ଏହି ହାଲୱା ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟାଯିବ। ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି କଡେଇ ପ୍ରଦାନ କରିବାକୁ ଅନୁମତି ମଗା ଯାଇଥିଲା। ତେବେ ଜାନୁୟାରୀ ୨୬ ପରେ କଡେଇ ପହଞ୍ଚାଇବାକୁ ମନ୍ଦିର କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ଏତେ ପରିମାଣର ହାଲୱା ପ୍ରସ୍ତୁତ କରି ରେକର୍ଡ ସ୍ଥାପନ ଲକ୍ଷ୍ୟରେ ଅଛନ୍ତି ଶେଫ ବିଷ୍ଣୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.