Below header

ମହଙ୍ଗା ପଡିଲା ପିଜ୍ଜା ଅର୍ଡର, ଡେଲିଭରି ବୟ ନିଜେ କରୋନା ଆକ୍ରାନ୍ତ ଜଣାପଡିବା ପରେ ୭୨ ଜଣ କ୍ବାରେଣ୍ଟାଇନରେ

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ଭୟ ବ୍ୟାପିବାରେ ଲାଗିଛି। ଏନେଇ କରୋନା ସଂକ୍ରମଣ ଏବେ ଆପଣଙ୍କ ଘର ପର୍ଯ୍ୟନ୍ତ କିପରି ପହଞ୍ଚୁଛି ଏହାର କାରଣ ଜାଣିବା ପରେ ମଧ୍ୟ ଆପଣଙ୍କ ମନରେ ଭୟ ସୃଷ୍ଟି ହେବ। ସୂଚନା ମୁତାବକ ବର୍ତ୍ତମାନ ଦିଲ୍ଲୀରେ ୭୨ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି କାରଣ ଏମାନେ ପିଜ୍ଜାର ହୋମ ଡେଲିଭରି କରିଥିଲେ ଏବଂ ଡେଲିଭରି ବୟ କରୋନା ପଜେଟିଭି ବୋଲି ଜଣାପଡିଛନ୍ତି। ରିପୋର୍ଟ ଅନୁଯାୟୀ ପିଜ୍ଜା ଡେଲିଭରି ବୟ ଗତ ମାର୍ଚ୍ଚ ଶେଷ ସପ୍ତାହ ପର୍ଯ୍ୟନ୍ତ ଡ୍ୟୁଟି କରୁଥିଲେ। ଏହାପରେ ଗତ ସପ୍ତାହରେ ତାଙ୍କର କରୋନା ରିପୋର୍ଟ ପଜେଟିଭି ଆସିବା ପରେ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି।

quarantine

ଏହି ପିଜ୍ଜା ଡେଲିଭରି ବୟ ଦକ୍ଷିଣ ଦିଲ୍ଲୀର ଅନେକ ଅଞ୍ଚଳରେ ପିଜ୍ଜା ଡେଲିଭରି କରିଥିଲେ। ଦକ୍ଷିଣ ଦିଲ୍ଲୀର ଡିଏମ ବିଏମ ମିଶ୍ରାଙ୍କ କହିବାନୁଯାୟୀ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ପାଖାପାଖି ୭୨ଜଣ ଲୋକଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି। ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କରୋନା ଟେଷ୍ଟ କରାଯାଇନାହିଁ। ଯଦି ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କର କରୋନା ଲକ୍ଷଣ ଦେଖାଯାଏ ତେବେ ସମସ୍ତଙ୍କର ପରୀକ୍ଷା କରାଯିବ।

ସୂଚନା ଅନୁଯାୟୀ ପିଜ୍ଜା ଡେଲିଭରି ବୟ ଡାୟଲିସିସ ପାଇଁ ହସ୍ପିଟାଲ ଯିବା ପରେ ସେଠାରେ ଡାକ୍ତର ତାଙ୍କ ପାଖରେ କରୋନା ଲକ୍ଷଣ ଦେଖିଥିଲେ। ଯାହାପରେ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା ଏବଂ ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ରିପୋର୍ଟ ପଜେଟିଭି ଆସିଥିଲା। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ୭୨ଜଣଙ୍କ ଉପରେ ଟିମ ନଜର ରଖିଛି।ବର୍ତ୍ତମାନ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି କି ଘରେ ରହି ମଧ୍ୟ ସଂକ୍ରମଣର ଭୟ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.