Below header

ଆରମ୍ଭ ହେଲା କଡାକଡି ଟକ୍କର, ଇରାନର ଆକ୍ରମଣରେ ୮୦ଜଣ ଆମେରିକୀୟ ସେନାଙ୍କ ମୃତ୍ୟୁ

ଇରାନ-ଆମେରିକା ମଧ୍ୟରେ କଡାକଡି ଟକ୍କର । ଇରାକରେ ଥିବା ଆମେରିକାର ଦୁଇଟି ସାମରିକ ଘାଟି ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ଜେନେରାଲ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଆଜି ସକାଳେ ଆମେରିକା ସେନା ଘାଟି ଉପରେ ଇରାନ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଇରାକ ସ୍ଥିତ ଆମେରିକା ଓ ମିଳିତ ସେନାର ଦୁଇଟି ସାମରିକ ଘାଟି ଉପରେ ଡଜନେରୁ ଅଧିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା । ଇରାକ୍‌ର ଅଲ୍‌ ଅସାଦ ଓ ଇର୍‌ବିଲ ସାମରିକ ଘାଟି ଉପରେ ମିସାଇଲ ଆକ୍ରମଣରେ ୮୦ଜଣ ଆମେରିକୀୟ ସେନାଙ୍କ ମୃତ୍ୟୁ ହୋଇଥିବା ନେଇ ଇରାନ ପକ୍ଷରୁ ଦାବି କରାଯାଇଛି।

america

ସେପଟେ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଥିବା ଟ୍ରମ୍ପ ପ୍ରଶାସନ କହିଛି। ଆମେରିକା ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଥିବା ରାଷ୍ଟ୍ର ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। କୌଣସି କ୍ଷୟକ୍ଷତି ଘଟିନଥିବାରୁ ସେ ଅଲ ଇଜ ୱେଲ ବୋଲି କହିଛନ୍ତି। ପୂର୍ବରୁ କାସିମ ସୁଲେମାନୀଙ୍କୁ ହତ୍ୟା ପରେ ଆମେରିକା ଭୟାବହ ପରିଣାମ ଭୋଗିବ ବୋଲି ଇରାନ ଚେତାବନୀ ଦେଇଥିଲା । ଅଲ ଅସାଦ ସାମରିକ ଘାଟିରେ ବହୁ ସଂଖ୍ୟାରେ ମିଳିତ ସେନାର ସୈନ୍ୟମାନେ ରହିଥାନ୍ତି। ଜେନେରାଲ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଇରାନର ଆକ୍ରମଣ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ଆଶଙ୍କା କରାଯାଉଛି।

ଏହି ଖବର ପ୍ରଥମେ ଆରମ୍ଭ କରିଥିଲା ବିବାଦ:

sulemanଇରାନ ରିଭଲ୍ୟୁସନାରି ଗାର୍ଡସ କମାଣ୍ଡର ଜେନେରାଲ କାସିମ ସୁଲେମାନି ନିହତ ହେବା ଖବର ପରେ ପ୍ରଥମେ ଆରମ୍ଭ ହୋଇଥିଲା ବିବାଦ । ଇରାକର ବାଗଦାଦ ବିମାନବନ୍ଦରରେ ଆମେରିକାର ହୋଇଥିବା ଏୟାର ଷ୍ଟ୍ରାଇକରେ ସୁଲେମାନ ନିହତ ହୋଇଥିବା ନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିରେ ସୁଲେମାନ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା । ବାଗଦାଦ ଓ ଇରାକର ବିଭିନ୍ନ ଅଞ୍ଚଳରେ ଥିବା ଆମେରିକୀୟ କୁଟନିତୀଜ୍ଞ ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ଓ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିଲେ ସୁଲେମାନ । ଏମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିଷେଧକ ସ୍ୱରୂପ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ ।

ସୁଲେମାନିଙ୍କ ମୃତ୍ୟୁ ପରେ ଝିଅ ଜେନାବଙ୍କ ଚେତାବନୀ :

warnତେବେ ଏହି ଘଟଣାପରେ ଆମେରିକାକୁ ଇରାନର କମାଣ୍ଡର ଜେନେରାଲ କାସିମ ସୁଲେମାନିଙ୍କ ଝିଅ ଜେନାବ ସୁଲେମାନି ଖୋଲାଖୋଲି ଚେତାବନୀ ଦେଲେ । ପାଗଳ ଟ୍ରମ୍ପ ତାଙ୍କ ବାପାଙ୍କୁ ହତ୍ୟା କରି ସବୁକିଛି ଶେଷ କରି ଦେଇନି ବୋଲି ଜେନାବ କହିଥିଲେ । ଏହାସହିତ ବାପାଙ୍କ ମୃତ୍ୟୁ ଦୁର୍ଦ୍ଦିନ ଆଣିବ ବୋଲି ସେବ ପରୋକ୍ଷରେ ଚେତାବନୀ ଦେଇଥିଲେ । ଏହାପରେ ଡୋନାଲଡ୍‌ ଟ୍ରମ୍ପ୍‌ଙ୍କୁ ହତ୍ୟା କଲେ ୫୬୦ କୋଟି ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କଲା ଇରାନ୍‌ ।

ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଆମେରିକାର ଭିସା ଅଗ୍ରାହ୍ୟ :

ଯାହା ପରେ ବିବାଦକୁ ଆହୁରି ତୀବ୍ର କଲା ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଆମେରିକାର ଭିସା ଅଗ୍ରାହ୍ୟ। ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଆମେରିକା ତାଙ୍କୁ ଭିସା ଦେବାକୁ ମନା କରିଦେଇଥିଲା ।

trump ସେପଟେ ଇରାକରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଭୁଲ ବୋଲି ମାନିଥିଲେ ଟ୍ରମ୍ପ ପ୍ରଶାସନ।  ଇରାକ ମାଟିରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନେଇ ଚିଠି ଲେଖିଥିଲା ଆମେରିକା। ତେବେ ଏହାକୁ ଭୁଲରେ ଲେଖା ଯାଇଥିଲା ବୋଲି କୁହାଯାଇଥିଲା। ଇରାନ ଉପରେ ଆମେରିକାର ଅପ୍ରତ୍ୟାଶିତ ଆକ୍ରମଣକୁ ଇରାକ ମଧ୍ୟ ନିନ୍ଦା କରିଥିଲା। ଏନେଇ ଇରାକ ସଂସଦରେ ଆଲୋଚନା ମଧ୍ୟ ହୋଇଥିଲା। ଏହି ପ୍ରସ୍ତାବ ପରେ ଆମେରିକା ସେନା ପକ୍ଷରୁ ଇରାକ ଟାସ୍କ ଫୋର୍ସକୁ ଏକ ଚିଠି ଲେଖି ସୈନ୍ୟ ପ୍ରତ୍ୟାହାର ପାଇଁ ଜଣାଇଥିଲା। ତେବେ ପରେ ନିଷ୍ପତ୍ତି ଭୁଲ ବୋଲି ଦର୍ଶାଯାଇଥିଲା। ତେବେ ଆଗକୁ ପରିସ୍ଥିତି କ’ଣ ହେଉଛି ସାରା ବିଶ୍ବ ଚାତକ ଭଳି ଅନେଇ ବସିଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.