ବର୍ଷର ପ୍ରଥମ ମାସରେ ଧମାକାଦାର ଅଫର ଦେଉଛି Maruti କମ୍ପାନୀ, ପ୍ରତି କାର ଉପରେ ଦେଉଛି ବିଗ ଅଫର

୨୦୧୯ ବର୍ଷର ଶେଷ ମାସରେ ବିଭିନ୍ନ ଗାଡି କମ୍ପାନୀ ଗୁଡିକ ନିଜ ନିଜ ଗାଡି ଉପରେ ଜବରଦସ୍ତ ଅଫର ମାନ ଦେଇଥିଲେ । ବର୍ଷ ଆରମ୍ଭରୁ ବି ଏହି କମ୍ପାନୀମାନ ବି ଅଫର ଦେବା ଜାରି ରଖିଛନ୍ତି । ଭାରତର ଅନ୍ୟତମ କାର ନିର୍ମାତା କମ୍ପାନୀ ମାରୁତି ବି ନିଜ ଗାଡି ଉପରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ଦେବ ବୋଲି ଘୋଷଣା କରିଛି ।

– ମାରୁତି କମ୍ପାନୀ ନିଜ ବିଏସ୬ ଇଂଜିନ ବିଶିଷ୍ଟ Alto 800 ଗାଡି ଉପରେ ୧୫ ହଜାର ଟଙ୍କାର ଛାଡ ଦେବ ବୋଲି ସ୍ଥିର କରିଛି ।

– ସେହିପରି Alto K 10  ଗାଡି ଉପରେ ବି ୧୫ ହଜାର ଟଙ୍କାର ଛାଡ ଦେବ ।

– ଦେଶର ଅନ୍ୟତମ କମ୍ପାନୀ Wagoner R କମ୍ପାନୀ ୧୦ ହଜାର ଟଙ୍କାର କ୍ୟାସ ଡ଼ିସକାଉଣ୍ଟ ଦେବା ସହ ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଦେବ ।

maruti

– ମାରୁତି ନିଜ Cilerio ପେଟ୍ରୋଲ କାର ଉପରେ ୧୫ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ଦେବ । ସିଲେରିଓ ସିଏନଜି ଉପରେ ମଧ୍ୟ ସମାନ ଟଙ୍କାର ଛାଡ ଦିଆଯିବ ।

– ଯେବେକି Swift ପେଟ୍ରୋଲ ଗାଡି ଉପରେ କମ୍ପାନୀ ତରଫରୁ ୨୫ ହଜାର ଟଙ୍କାର ଛାଡ ଦିଆଯିବ ।

-କମ୍ପାନୀ ତରଫରୁ Dzire ଗାଡି ଉପରେ ବି ସମାନ ପରିମାଣର ଅର୍ଥ ରାଶି ଛାଡ ଦିଆଯିବ ।

 

maruti dezire

– କିନ୍ତୁ ଅନ୍ୟ ପକ୍ଷରେ Swift ଡିଜେଲ ଗାଡି ଉପରେ ୨୦ ହଜାର ଟଙ୍କାର ରିହାତି ଦେବ ବୋଲି କମ୍ପାନୀ ସ୍ଥିର କରିବ ।

– ମାରୁତି Brezza ଗାଡି ଉପରେ ୨୦ ହଜାର ଟଙ୍କାର ଏକ୍ସଚେଂଜ ଅଫର ଦିଆଯିବ । ଏହା ସହ ୫ ବର୍ଷର ୱାରେଣ୍ଟି ମଧ୍ୟ ମିଳିପାରିବ ।

 

ertiga

– ମାରୁତିର ଅନ୍ୟତମ ଲୋକପ୍ରିୟ ଗାଡି Maruti Ertiga ଡିଜେଲ ଗାଡି ଉପରେ ବି ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.