Below header

ଅଯୋଧ୍ୟାରେ ତିଆରି ତମ୍ବୁ ସହରରେ ରହିବେ ୮୦ ହଜାର ଶ୍ରଦ୍ଧାଳୁ, ମିଳିବ ଏହି ସବୁ ସୁବିଧା

ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଭକ୍ତମାନଙ୍କୁ ସ୍ୱାଗତ କରିବା ପାଇଁ ରାମ ନଗରୀକୁ ସବୁ ପ୍ରକାରରେ ସଜାଯାଉଛି। ୨୦୨୪ ଜାନୁୟାରୀ ୨୨ରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ।

ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଭକ୍ତମାନଙ୍କୁ ସ୍ୱାଗତ କରିବା ପାଇଁ ରାମ ନଗରୀକୁ ସବୁ ପ୍ରକାରରେ ସଜାଯାଉଛି। ୨୦୨୪ ଜାନୁୟାରୀ ୨୨ରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଲକ୍ଷ ଲକ୍ଷ ଭକ୍ତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହାପରେ କୋଟି କୋଟି ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ଭକ୍ତମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ବିଶେଷ ସୁବିଧା ଦିଆଯିବ। ଏହି କ୍ରମରେ ଅଯୋଧ୍ୟାରେ ‘ଟେଣ୍ଟ୍‌ ହାଉସ୍‌ ବା ତମ୍ବୁ ସହର’ ନିର୍ମାଣ କରାଯାଉଛି। ଏହି ତମ୍ବୁ ସହରରେ ୮୦ ହଜାର ଶ୍ରଦ୍ଧାଳୁଙ୍କ ରହିବାର ବ୍ୟବସ୍ଥା କରାଯିବ। ଏହାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବଂ ଅଯୋଧ୍ୟା ବିକାଶ ପ୍ରାଧିକରଣ ଦ୍ୱାରା ତିଆରି କରାଯାଉଛି।

ତମ୍ବୁ ସହରରେ ଗଦି ଓ କମ୍ବଳ ଦିଆଯିବ। ଏହାସହିତ ଶୌଚାଳୟ ଏବଂ ସ୍ନାନଗୃହର ବ୍ୟବସ୍ଥା ମଧ୍ୟ ରହିବ। ଏଥିରେ ଚିକିତ୍ସା ସୁବିଧା ମିଳିବ। ଏଥିରେ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ହେବ ଏବଂ ଏହା ଆଗାମୀ ଦଶ ବର୍ଷ ପର୍ଯ୍ୟନ୍ତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.