ବିଗ୍ ବସ୍-୧୭ରୁ ବାହାରକୁ ଆସିବା ପରେ ବଡ଼ ଖୁଲାସା କଲେ ନାଭିଦ୍, କହିଲେ କମ୍ବଳ ଭିତରେ କ’ଣ ହୁଏ

ବାହାରକୁ ଆସିବା ପରେ ଏହି ସୋ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି ନାଭିଦ୍ । ସୋ’ରେ ସତରେ କ’ଣ ଘଟେ ନାଭିଦ୍ ସେ କଥା  କହିଛନ୍ତି ।

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ବଡ଼ ରିୟାଲିଟି ସୋ ‘ବିଗ୍ ବସ୍। ବିଗ୍ ବସର ଗୋଟିଏ ସିଜିନ୍ ଶେଷ ହେବା ମାତ୍ରେ ଆଗାମୀ ସିରିଜକୁ ଅପେକ୍ଷା କରିଥାନ୍ତି ଦର୍ଶକ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରିୟାଲିଟି ସୋ ବିଗ୍ ବସ୍ କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବର୍ତ୍ତମାନ ବିଗ୍ ବସ୍ ତାର ୧୭ତମ ସିଜିନ୍ ରେ ପହଁଚି ସାରିଛି । ଦୀର୍ଘ ଚାରି ମାସର ଅପେକ୍ଷା ପରେ ଶେଷରେ ବିଗ୍ ବସ୍ ତାର ୧୭ତମ ବିଜେତା ପାଇଯିବ । ତେବେ ଝଗଡା, ନନ୍ ଷ୍ଟପ୍ ଡ୍ରାମା, କଣ୍ଟ୍ରୋଭର୍ସି ଭିତରୁ ଫାଇନାଲି ବିଗ୍ ବସ୍-୧୭ରୁ ଏଲିମିନେଟ୍ ହୋଇଯାଇଛନ୍ତି ନାଭିଦ୍ ସୋଲ୍।

ବାହାରକୁ ଆସିବା ପରେ ଏହି ସୋ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି ନାଭିଦ୍ । ସୋ’ରେ ସତରେ କ’ଣ ଘଟେ ନାଭିଦ୍ ସେ କଥା  କହିଛନ୍ତି। ଏକ ସାକ୍ଷାତକାରରେ ନାଭିଦଙ୍କୁ ଇଶା ଏବଂ ସମର୍ଥ ଜୁରେଲଙ୍କ ଏକ କ୍ଲିପ୍ ଦେଖାଯାଇଥିଲା, ଏବଂ ସୋ’ରେ ଯୌନ ସମ୍ପର୍କ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା। ଏହି ପ୍ରଶ୍ନର ଉତ୍ତରରେ ନାଭିଦ ଏପରି କଥା କହିଥିଲେ ଯାହା ଏବେ ଭାଇରାଲ ହେଉଛି। ଭିଡିଓ କ୍ଲିପ୍ ଦେଖିବା ପରେ ନାଭିଦ୍ କହିଥିଲେ ଯେ ସେ ସେମାନଙ୍କୁ କମ୍ବଳ ଭିତରେ କିଛି କରୁଥିବା ଦେଖିଛନ୍ତି।

ତେବେ ନାଭିଦ୍ ସୋଲ୍ କହିଥିଲେ ଯେ ସେ ବିଗ୍ ବସ୍ ରେ ରହିବାକୁ ଚାହୁଁଥିଲେ। ସେ ଅଭିଷେକଙ୍କ ସହ ସମୟ ବିତାଇବାକୁ ଚାହୁଁଥିଲେ। ତେବେ ସେ ସୋ’ରୁ ଦୂରେଇ ଯାଇଥିବାବେଳେ ତାଙ୍କର ସ୍ୱପ୍ନ ଭାଙ୍ଗି ଯାଇଛି।

camera

କମ୍ବଳ ଭିତରେ କଣ ଦେଖିଥିଲେ ନାଭିଦ୍:

କ୍ଲିପ୍‌ ଦେଖିବା ପରେ ନାଭିଦ୍ କହିଥିଲେ -‘ଯେତେବେଳେ ସେ ଘର ନମ୍ବର ୧ର ହୃଦୟର କୋଠରୀରେ ଥିଲେ, ସେ ଦେଖିଥିଲେ ଯେ ଈଶା ଏବଂ ସମର୍ଥ କମ୍ବଳ ଭିତରେ କ୍ରମାଗତ ଭାବରେ କିଛି କରୁଥିଲେ । ଯାହା ଏକ ଅଦ୍ଭୁତ ମୁଭମେଣ୍ଟ ଥିଲା। ସେ ଅଙ୍କିତାଙ୍କୁ ମଧ୍ୟ କହିଥିଲେ ଯେ କମ୍ବଳ ଭିତରେ କିଛି ଘଟୁଛି ବୋଲି । ନାଭିଦ୍ କହିଛନ୍ତି- ‘ସେ ଜାଣି ନାହାନ୍ତି ଭିତରେ କଣ ଘଟୁଥିଲା । ବୋଧହୁଏ ଉଭୟ ଯୋଗ କରୁଥିଲେ ବୋଲି ସେ ମଜାରେ କହିଥିଲେ ।

ନାଭିଦ୍ ନୀଲ ଏବଂ ମୁନାୱରଙ୍କୁ ପ୍ରଶଂସା କରିଥିଲେ :
ନାଭିଦ୍ ସୋ’ରେ ଦେଖାଯାଇଥିବା ଦୁଇ ତାରକାଙ୍କୁ ପ୍ରଶଂସା କରିଥିଲେ। ନାଭିଦ୍ କହିଥିଲେ ଯେ ‘ନୀଲ ଭଟ୍ଟ ଏବଂ ମୁନାୱର ଫାରୁକି ଦୁଇ ଜଣେ ହୃଦୟସ୍ପର୍ଶୀ ବ୍ୟକ୍ତି ଏବଂ ବିକି ଜୈନ ଜଣେ ଦୃଢ ମନ ଥିବା ବ୍ୟକ୍ତି । ଏହାସହ ସେ କହିଥିଲେ ଯଦି ବିକି ସୋ’ରେ ନ ରୁହନ୍ତି ତେବେ ଅଙ୍କିତା ଲୋଖଣ୍ଡେ ବହୁତ ଭଲ ଖେଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.