Below header

ସବୁ କାଗଜପତ୍ର ଠିକ୍‌ ଥିବା ସତ୍ତ୍ୱେ ମିଳିଲାନି ହୋଟେଲ ରୁମ୍‌, କାରଣ ପଚାରିବାରୁ ମିଳିଲା ଏଭଳି ଅଦ୍ଭୁତ ଉତ୍ତର

ପ୍ରାୟତଃ ସମସ୍ତେ ଡେଙ୍ଗା ହେବାକୁ ଇଚ୍ଛା ରଖିଥାନ୍ତି। କେଉଁମାନେ ନିଜ ପରିବାର ଏବଂ ଜିନ୍‌ ଯୋଗୁଁ ଡେଙ୍ଗା ହୋଇଥିବା ବେଳେ ଅନେକ ଡେଙ୍ଗା ହେବା ପାଇଁ ବ୍ୟାୟାମ କରିଥାନ୍ତି। ଏହାଛଡା ନିକଟରେ ଏକ ଖବର ଶୁଣିବାକୁ ମିଳିଥିଲା ଯେ, ନିଜର ଏକ ଡେଙ୍ଗା ପିଲା ଜନ୍ମ କରିବା ପାଇଁ ଜଣେ ମହିଳା ଶୁକ୍ରାଣୁ ବ୍ୟାଙ୍କରୁ ଏପରି ଜଣେ ଡେଙ୍ଗା ବ୍ୟକ୍ତିଙ୍କ ଶୁକ୍ରାଣୁ ନେଇ ଠକାମିର ଶିକାର ହୋଇଛନ୍ତି। କିନ୍ତୁ କ’ଣ କେବେ ଭାବିଛନ୍ତି କି, ଅତ୍ୟଧିକ ଡେଙ୍ଗା ହେବା ମଧ୍ୟ ଆପଣଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଏ ବୋଲି। ଏପରି ଏକ ଘଟଣା ଲକ୍ଷ୍ମୌରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କ୍ରିକେଟ ଖେଳ ଦେଖିବା ପାଇଁ ଜଣେ ପ୍ରଶଂସକ ଆଫଗାନିସ୍ତାନରୁ ଆସି ନିଜର ଉଚ୍ଚତା ଯୋଗୁଁ ହଇରାଣ ହୋଇଛନ୍ତି। ଶେର ଖାନ ନାମକ ଏହି ବ୍ୟକ୍ତି ଲକ୍ଷ୍ମୌରେ ଚାଲିଥିବା ଆଫଗାନିସ୍ତାନ ଏବଂ ୱେଷ୍ଟଣ୍ଡିଜ ଦିନିକିଆ ମ୍ୟାଚ ଦେଖିବା ପାଇଁ ଆସିଥିଲେ। ୮ ଫୁଟ ୩ ଇଞ୍ଚ ଉଚ୍ଚ ବିଶିଷ୍ଟ ଏହି ବ୍ୟକ୍ତିଙ୍କ ପାଇଁ ଲକ୍ଷ୍ମୌରେ କୌଣସି ହୋଟେଲ ମିଳିନଥିଲା। ଯେଉଁଥିପାଇଁ ସେ ରହିବାକୁ ରୁମ୍‌ଟିଏ ପାଇଲେନାହିଁ। ଏଥିପାଇଁ ଶେଷରେ ପୋଲିସର ଶରଣ ନେଲେ ଏହି ଯୁବକ। ସେହି ଯୁବକ ଜଣକର ସମସ୍ତ କାଗଜପତ୍ର ସଠିକ୍‌ ରହିଥିଲେ ମଧ୍ୟ ରୁମ୍‌ ମିଳିନଥିଲା।

ଶେର ଖାନ କ୍ରିକେଟର ବହୁତ ବଡ ପ୍ରଶଂସକ। ସେ ପୂର୍ବରୁ କ୍ରିକେଟ ଖେଳ ଦେଖିବା ପାଇଁ ଭାରତ ଆସିଛନ୍ତି। ଶେର ଖାନା ଏକ୍ରିମେଗଲୀ ନାମକ ଏକ ରୋଗରେ ପୀଡିତ। ତେଣୁ କରି ତାଙ୍କର ଉଚ୍ଚତାରେ ଏଭଳି ବୃଦ୍ଧି ଘଟୁଛି ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.