ସହି ପାରିଲେନି ଚାଲାଣର ଦାମ, ରାଗରେ ଯୁବକ ଜାଳି ଦେଲେ ନିଜ ବାଇକ୍‌

ନୂଆଦିଲ୍ଲୀ: ଟ୍ରାଫିକ୍‌ ଆଇନ୍‌ ଉଲ୍ଲଂଘନ କରିବା ପରେ ଉତ୍ତ୍ୟକ୍ତ ହୋଇ ଜଣେ ଯୁବକ ନିଜ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ହେଲମେଟ ପିନ୍ଧି ନଥିଲେ ବୋଲି ତାଙ୍କୁ ଟ୍ରାଫିକ୍‌ ପୋଲିସ ଧରିଥିଲା । ଏହାପରେ ଚାଲାଣ କଟାଯିବା ସହିତ ଯୁବକଙ୍କ ଗାଡିକୁ ପୋଲିସ ଜବତ କରିଥିଲା । ବୁଧବାର ଦକ୍ଷିଣ ଦିଲ୍ଲୀରେ ଏଭଳି ଘଟଣା ଘଟିଛି । ପୋଲିସ ସେହି ଯୁବକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ କରିଛି । ଯୁବକଙ୍କ ନାମ ବିକାଶ । ଦିଲ୍ଲୀର ସଙ୍ଗମ ବିହାରରେ ସେ ରହୁଛନ୍ତି । ବିନା ହେଲମେଟରେ ଗାଡି ଚଲାଉଥିବାରୁ ଟ୍ରାଫିକ ପୋଲିସ ଚାଲାଣ କାଟିଥିଲା । ଏହାପରେ ୨୦ବର୍ଷିୟ ବିକାଶ ରାଗିଯାଇ ନିଜ ଗାଡିରେ ନିଆଁ ଲଗାଇ ଦେଇଥିଲେ ।

Leave A Reply

Your email address will not be published.