Below header

କଣ୍ଟାବାଞ୍ଜି: ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ, ପ୍ରେମଜନିତ କାରଣରୁ ଆତ୍ମହତ୍ୟା ବୋଲି ପୋଲିସର ସନ୍ଦେହ

କଣ୍ଟାବାଞ୍ଜି(କେନ୍ୟୁଜ୍): ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ। କଣ୍ଟାବାଞ୍ଜି ତୁରେଇକେଲା ଥାନା ଭରୁଆକାନି ଗାଁ ନିକଟ ଜଙ୍ଗଲରୁ ମୃତଦେହ ମିଳିଛି। ମୃତକ ହେଲେ ଭରୁଆକାନିର ସୁଶାନ୍ତ ମିର୍ଧା ଓ ସେବତୀ ହଂସ । ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତଦେହକୁ ବ୍ୟବଛେଦ ପାଇଁ କଣ୍ଟାବାଞ୍ଜି ପଠାଯାଇଛି । ପ୍ରେମଜନିତ କାରଣରୁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପାରିଛି । ଉଭୟ ଘରୁ କୁଆଡେ ପଳାଇଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ଗାଁ ପାଖ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.