ଭାରତୀୟ ଭଲିବଲ୍‌ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‌ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ ହୋଇଛନ୍ତି । କିଟ୍‌ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ (ପୁରୁଷ ଓ ମହିଳା ) ଚାମ୍ପିଅନ୍‌ସିପ-୨୦୧୯ର ଉଦଯାପନ ଉତ୍ସବରେ ଯୋଗ ଦେଇ ଫେଡେରେସନର ମହାସଚିବ ରାମଅବତାର ସିଂହ ଝାକର ଏହି ଘୋଷଣା କରିଛନ୍ତି । ଭାରତୀୟ ଭଲିବଲ ଫେଡେରେସନ୍‌ର କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେବା ପରେ ଏଥିପାଇଁ ଡକ୍ଟର ସାମନ୍ତଙ୍କୁ ଅନୁରୋଧ କରିଥିଲେ । ଏଥିରେ ଡକ୍ଟର ସାମନ୍ତଙ୍କ ସମ୍ମତି ପରେ ତାଙ୍କୁ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ଘୋଷଣା କରାଯାଇଛି ।

Image result for achyut samant

କ୍ରୀଡ଼ା କ୍ଷେତ୍ରରେ ଡକ୍ଟର ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ, କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନକୁ ଦୃଷ୍ଟିରେ ରଖି ଫେଡେରେସନ ତାଙ୍କୁ ମୁଖ୍ୟ ପୃଷ୍ଠପୋଷକ ମନୋନୀତ କରିଛନ୍ତି । ଡକ୍ଟର ସାମନ୍ତଙ୍କ ପୃଷ୍ଠପୋଷକତାରେ ଭାରତୀୟ ଭଲିବଲ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ ବୋଲି ଝାକର କହିଥିଲେ । ଭାରତୀୟ ଭଲିବଲ୍‌ ଫେଡେରେସନ୍‌ ପକ୍ଷରୁ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେସବୁ ପାଇଁ ଡକ୍ଟର ସାମନ୍ତଙ୍କ ପରାମର୍ଶ ଗ୍ରହଣ କରାଯିବ । ଏହା ବ୍ୟତୀତ ଭଲିବଲର ବିକାଶ ନିମନ୍ତେ ଡକ୍ଟର ସାମନ୍ତ ଯେଉଁ ସବୁ ପରାମର୍ଶ ଦେବେ ତାହାକୁ ଫେଡେରେସନ ପକ୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ଝାକର କହିଛନ୍ତି । ଏଥିରେ ଖୁସି ବ୍ୟକ୍ତ କରି ଡକ୍ଟର ସାମନ୍ତ କହିଛନ୍ତି ତାଙ୍କୁ ଭାରତୀୟ ଭଲିବଲ୍‌ ଫେଡେରେସନ୍‌ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ କରାଯାଇଥିବାରୁ ଭଲିବଲ ଫେଡେରେସନକୁ ଧନ୍ୟବାଦ ଦେବା ସହ ଭାରତୀୟ ଦଳ ଅଲିମ୍ପିକରେ କିଭଳି ସଫଳତା ହାସଲ କରିବ ସେ ଦିଗରେ ଚେଷ୍ଟା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.