Below header

ଏୟାରପୋର୍ଟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଲାଗି ନେଇକି ଯାଉଥିଲେ ଏମିତି ଜିନିଷ, ଯାହାକୁ ଦେଖି କାନ୍ଦି ପକାଇଲେ ସୁରକ୍ଷା କର୍ମୀ

ସମସ୍ତେ ନିଜର ସୁନ୍ଦର ସ୍ମୃତିକୁ ନିଜ ସହିତ ବାନ୍ଧି ରଖିବାକୁ ଚାହାଁନ୍ତି। କିନ୍ତୁ ୨୫ ନଭେମ୍ବରରେ ଚୀନ ଏୟାରପୋର୍ଟରେ ଘଟିଥିବା ଏକ ଅଜବ ଘଟଣା ବିଷୟରେ ଜାଣିଲେ, ଆପଣଙ୍କ ହୋସ୍‌ ଉଡ଼ିଯିବ। ଘଟଣାଟି ହେଲା, ଚୀନ୍‌ ଏୟାରପୋର୍ଟରେ ଚେକିଂ ସମୟରେ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍‌  ଭିତରୁ ମିଳିଥିଲା ଏକ ବିଚିତ୍ର ଜିନିଷ। ଜିନିଷଟି ଏଭଳି ଥିଲା ଯେ, ଯାହାକୁ ଦେଖି ସେଠି ଉପସ୍ଥିତ ଅନ୍ୟ ଲୋକମାନେ ଚମକି ପଡ଼ିଥିଲେ।

as2

ଏହାସହ ପଢ଼ନ୍ତୁ: ଏମିତି ପାଗଳ, ନିଜ ଗର୍ଭବତୀ ପତ୍ନୀ ଓ ମା ସହ ପିଲାଙ୍କୁ ବି ମାରିଦେଲା

ଯେତେବେଳେ ପୋଲିସ ବ୍ୟାଗ୍‌ ଛାନ୍‌ଭିନ କରିଥିଲା, ସେତେବେବେଳେ ବ୍ୟାଗ୍‌ ଭିତରୁ ଅସଂଖ୍ୟ ଅସରପା ମିଳିଥିଲା। ଏତେ ସଂଖ୍ୟକ ଅସରପାକୁ ଦେଖି ଲୋକେ ସେଠାରେ ଚିଲ୍ଲାଇଥିଲେ। ଏପରି କି, କିଛି ପୋଲିସ କର୍ମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସାଧାରଣତଃ ମହିଳାମାନେ ଅସରପା, ଝିଟିପିଟି ଆଦିଙ୍କୁ ଭୟ କରିଥାଆନ୍ତି। ତେଣୁ ଏୟାରପୋର୍ଟରେ ଏତେ ସଂଖ୍ୟକ ଅସରପା ମିଳିବା ପରେ ମହିଳାମାନେ ଜୋର୍‌ରେ ପାଟି କରିବାକୁ ଲାଗିଲେ। କିଛି ମହିଳା ଅସରପା ଦେଖି ବାନ୍ତି କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ ଯେତେବେଳେ ସତ ପଦାକୁ ଆସିଥିଲା,ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଥିଲା।

asa1

ଏହାସହ ପଢ଼ନ୍ତୁ: ବଡି ବିଲଡିଙ୍ଗ ପାଇଁ ହାଇଡୋଜ ଇଞ୍ଜେକ୍ସନ ଓ ପ୍ରୋଟିନ ପାଉଡର ନେଇଗଲା ଜୀବନ

ପ୍ରକୃତ କଥା ହେଲା, ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ପାଇଁ ଅସରପା ନେଇକି ଯାଉଥିଲେ। ସେ ତାଙ୍କୁ ଗିଫ୍ଟ ଦେବାକୁ ଚାହୁଁଥିଲେ। ଏ ବିଷୟରେ ବ୍ୟକ୍ତିଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ ସ୍ତ୍ରୀ ଅସରପାକୁ ବହୁତ ଭଲ ପାଏ। ତା’ର ଏକ ଘାତକ ରୋଗ ଅଛି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ଯେଉଁ ମେଡିସିନ୍‌ର ଆବଶ୍ୟକ, ତାହା ଅସରପାରୁ ତିଆରି ହୋଇଥାଏ। ବ୍ୟକ୍ତିଙ୍କ ମୁହଁରୁ ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ଲୋକେ ଏବଂ ସୁରକ୍ଷା କର୍ମୀ କାନ୍ଦିପକାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.