ପବ୍‌ଜୀ ଗେମ୍‌ ପାଇଁ ନାବାଳକ ପୁଅ ଘଟାଇଲା ନାରକୀୟ କାଣ୍ଡ, ଭଉଣୀକୁ ଧମକାଇ ମା’କୁ ମାରିଲା ଗୁଳି

ଲକ୍ଷ୍ମୌରେ ଏମିତି ହୃଦୟ ବିଦାରଣ ଘଟଣା ଦେଖିବାକୁ ମିଳିଛି, ଯାହା ଆପଣ ଶୁଣିଲେ ନିଶ୍ଚିତ ଭୟ କରିଯିବେ। ଏଠାରେ ପବଜୀ ଖେଳିବାକୁ ମା’ ବାରଣ କରିବାରୁ ଜୀବନରୁ ମାରିଦେଲା ପୁଅ । ୟମୁନାପୁରମ କେଲାନୀରେ ଏଭଳି ଏକ ଭରଙ୍କର ଘଟଣା ଘଟିଛି। ଘରେ ଭିତରେ ମା’କୁ ମାରି ୩ ଦିନ ପର୍ଯ୍ୟନ୍ତ ରଖିଥିଲା ପୁଅ। ଆଉମା’ ଶବରୁ ଗନ୍ଧ ନ ବାହାରୁ ତେଣୁ ରୁମ୍‌ ଫ୍ରେସନର ପକାଉଥିଲା। ମୋବାଇଲ ଗେମ୍‌ ଯୋଗୁଁ ମା’କୁ ମାରିଦେଲା ପୁଅ।

ଲକ୍ଷ୍ମୌର ଯମୁନାପୁରମ ଅଞ୍ଚଳରେ ପୁଅ ସବୁବେଳେ ପବଜୀ ଗେମ୍‌ ଖେଳୁଥିବାରୁ ମା’ ସବୁବେଳେ ପାଟି କରନ୍ତି। ଗାଳି କରନ୍ତି। କିନ୍ତୁ ପୁଅ ଟିକେ ମାତ୍ର ଖାତିର କରେ ନାହିଁ। ମା’ ଏପରି କହିବାରୁ ବିରକ୍ତି ହୋଇ ପୁଅ ମା’କୁ ଗୁଳି କରି ହତ୍ୟା କରିଛି। ଆଉ ହତ୍ୟା କରିବା ପରେ ଶବକୁ ୩ ଦିନ ଧରି ରୁମ୍‌ ଫ୍ରେସନର ପକାଇ ରଖିଛି। ନାବାଳକ ପୁଅ ରବିବାର ରାତିରେ ବାପାଙ୍କ ଲାଇସେନ୍ସ ବନ୍ଧୁକ ନେଇ ମା ମୁଣ୍ଡକୁ ଗୁଳି କରିଥିଲା।

ମା’କୁ ମାରିବା ପରେ ଭଉଣୀକୁ ଧମକାଇ ଅଲଗା ଏକ ରୁମରେ ବନ୍ଦ କରିଦେଇଥିଲା। କିନ୍ତୁ ନିଜେ ମା’ ଶବ ସହିତ ଘରେ ଦୁଇଦିନ ଯାଏଁ ବନ୍ଦ ରହିଥିଲା। ଆଉ ଶବରୁ ଦୁର୍ଗନ୍ଧ ନ ବାହାରିବା ପରେ ରୁମ୍‌ ଫ୍ରେସନର ପକାଇଥିଲା। ଦୁଇଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସରେ ଫୋନ କରି ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ବିଷୟରେ ଜାଣିବାକୁ ପାଇଥିଲା।

ଏପରି କାଣ୍ଡ କରିଥିବା ନାବାଳକ ପୁଅର ବାପା ସେନାରେ ଚାକିରି କରନ୍ତି। ଆଉ ପଶ୍ଚିମବଙ୍ଗରେ ନିଯୁକ୍ତି ପାଇଛନ୍ତି। ଘରେ ମା’ ଏବଂ ଦୁଇ ପିଲା ରହୁଥିଲେ। ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧକ ସାହାଯ୍ୟରେ ନାବାଳକ ଏପରି ଘଟଣା ଘଟାଇଛି ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.