Below header

ୟୁଏସ୍‌ ନ୍ୟୁଜ୍‌ ଆଙ୍କର ‘ଚାଇନିଜ୍‌ ଭାଇରସ୍‌’ କହିବାର ବର୍ଷକ ପରେ ମାଗିଲେ କ୍ଷମା, ଟ୍ଵିଟ୍‌ କରି କହିଲେ ଏପରି

ବେଜିଂ :  ଆମେରିକା ନ୍ୟୁଜ୍‌ ଚ୍ୟାନେଲ୍‌ ଏବିସି (ABC) ହୋଷ୍ଟ ମେଗେନ୍‌ ମାକେନ୍‌ ନିଜେ ଦେଇଥିବା ଏକ ପୁରୁଣା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ବର୍ଷକ ତଳେ ଚାଇନିଜ୍‌ ଭାଇରସ କହିଥିବାରୁ ଏଥିପାଇଁ ସେ କ୍ଷମା ମାଗିବାକୁ ଚାହାଁନ୍ତି ବୋଲି କହିଛନ୍ତି ।

ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି ହେବା ପରେ ତତ୍କାଳୀନ ଆମେିରିକା ରାଷ୍ଟ୍ରପତି ଏହାକ ୁ ‘ଚାଇନିଜ ଭାଇରସ ’ବୋଲି କହିଥିଲେ । ଯାହାକୁ ନେଇ ବିଶ୍ୱରେ ନାନା ପ୍ରତିବାଦର ସ୍ୱର ଉଠିଥିଲା । ଖାସ୍‌ କରି ଚୀନ୍‌ ରାଷ୍ଟ୍ରପତି ଏହାକୁ ଦୃଢ଼ ଖଣ୍ଡନ କରିବା ସହ ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲେ ।

ନିଜର ଟ୍ଵିଟରରେ ସେ ଲେଖିଛନ୍ତି ‘ସେ ଏସିଆ ଆମେରିକା ସମୁଦାୟ ଖିଲାପରେ ହିଂସା କାର୍ଯ୍ୟକଳାପର ନିନ୍ଦା କରନ୍ତି । ଏଥିର କୌଣସି ସନ୍ଦେହ ନାହିଁ ଯେ ଡୋନାଲ୍ଡ ଟ୍ରମ୍ପଙ୍କ ନକ୍ସଲବାଦୀ ବୟାନ ଏପରି ହିଂସାକୁ ପ୍ରେରତି କରିଥିଲା ।’ ଏଥିପାଇଁ ମୁଁ କ୍ଷମା ମାଗୁଛି । ପ୍ରକାଶଯୋଗ୍ୟ ଯେ ଏକ ଟିଭି ପ୍ରୋଗ୍ରାମରେ ସେ ଟ୍ରମ୍ପ୍‌ଙ୍କ ବୟାନ ’ଚାଇନିଜ୍‌ ଭାଇରସ୍‌’ ଶବ୍ଦର ପ୍ରୟୋଗ କରିଥିଲେ ।

ବର୍ଷକ ପରେ ସେ ଏବେ ଏଥିପାଇଁ କ୍ଷମା ମାଗିଛନ୍ତି । ଆମେରିକାରେ ଏସିଆ କମୁନିଟିଙ୍କ ଉପରେ ଆରମ୍ଭ ହୋଇଥିବା ହିଂସା କୁ ଦେଖି ସେ ଚାପରେ ଏପରି କ୍ଷମା ମାଗିଥିବା ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.