ମାତ୍ର ୧୧୯ ଟଙ୍କାରେ କିଣନ୍ତୁ ୮୧୯ ଟଙ୍କାର ଗ୍ୟାସ୍ ସିଲିଣ୍ଡର, ଅଫରର ଜଲଦି ଉଠାନ୍ତୁ ଫାଇଦା

ଏବେ ତ ଘରେଇ ରୋଷେଇ ଗ୍ୟାସ୍ ଦାମ୍ ଆକାଶଛୁଆଁରେ ରହିଛି। ଚଳିତ ବର୍ଷ ସବସିଡିଯୁକ୍ତ ସିଲିଣ୍ଡରର ଦାମ ୨୨୫ ଟଙ୍କା ପ୍ରତି ସିଲିଣ୍ଡର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ସବସିଡିଯୁକ୍ତ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦାମ୍ ୮୧୯ ଟଙ୍କା। ତେଣୁ ଦର ବୃଦ୍ଧିକୁ ନେଇ ଆପଣ ଟିକେ ବ୍ୟସ୍ତ ହୋଇଯାଇଥିବେ। ତେବେ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ କାହିଁକିନା ପେଟିଏମ ଆପଣଙ୍କ ପାଇଁ ଏକ ଖାସ ଅଫର ଦେଉଛି। ଏହି ଅଫର ଅନୁସାରେ ୮୧୯ ଟଙ୍କାର ସିଲିଣ୍ଡରକୁ ଆପଣ ମାତ୍ର ୧୧୯ ଟଙ୍କାରେ ପାଇପାରିବେ। ଅର୍ଥାତ ପେଟିଏମ୍ ଆପଣଙ୍କୁ ସିଧାସଳଖ ୭୦୦ ଟଙ୍କା କ୍ୟାସବ୍ୟାକ୍ ଦେଉଛି। ତେବେ ଜାଣନ୍ତୁ ଏହି ଅଫରର ଲାଭ ଆପଣ କେମିତି ଉଠାଇବେ।

ଆପଣ ପେଟିଏମ୍ ଆପରେ ଏଲପିଜି ସିଲିଣ୍ଡର ବୁକ୍ କରି ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ଦେଶର ଅଧିକାଂଶ ସ୍ଥାନରେ ଯେଉଁଠି ଏଲପିଜି ସିଲିଣ୍ଡର ସବସିଡି ପରେ ୮୧୯ ଟଙ୍କା ରହିଛି। ଏମିତିରେ ପେଟିଏମର ଏହି ଖାସ୍ ଫାଇଦା ଉଠାଇ ଆପଣ ଏହାକୁ ମାତ୍ର ୧୧ ଟଙ୍କାରେ କିଣିପାରିବେ।

ଜାଣନ୍ତୁ କିଭଳି ଏହି ଅଫରର ଉଠାଇବେ ଫାଇଦା

୧. ଯଦି ଆପଣଙ୍କ ଫୋନରେ ପେଟିଏମ ଆପ ନାହିଁ ତାହେଲେ ପ୍ରଥମେ ଏହି ଆପକୁ ଡାଉନଲୋଡ଼ କରନ୍ତୁ।

୨. ଏହାପରେ ପେଟିଏମକୁ ଯାଇ Show more ରେ କ୍ଲିକ୍ କରନ୍ତୁ।

୩. ଏବେ ଆପଣ ‘recharge and pay bills’  କୁ ଯାଆନ୍ତୁ।

୪. ଏବେ ବୁକ ସିଲିଣ୍ଡର ଅପ୍ସନକୁ ଯାଇ କ୍ଲିକ କରନ୍ତୁ।

୫. ଭାରତ ଗ୍ୟାସ, ଏଚପି କିମ୍ବା ଇଣ୍ଡେନ ଗ୍ୟାସ ମଧ୍ୟରୁ ନିଜ ପ୍ରୋଭାଇଡର ବାଛନ୍ତୁ।

୬. ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ନିଜ ଏଲପିଜି ଆଇଡି ଦିଅନ୍ତୁ।

୭. ଏହାପରେ ଆପଣଙ୍କୁ ପେମେଣ୍ଟ ଅପ୍ସନ ଦେଖାଇବ।

୮. ପେମେଣ୍ଟ କରିବା ପୂର୍ବରୁ ଅଫରରେ ‘FIRSTLPG’ ପ୍ରୋମୋ କୋଡ ଦିଅନ୍ତୁ।

ଟର୍ମ ଏବଂ କଣ୍ଡିସନ୍‌

୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇବାକୁ ହେଲେ ଆପଣ ପେଟିଏମ ଆପ ମାଧ୍ୟମରେ ଯେମିତି ପ୍ରଥମ ଥର ଏଲପିଜି ଗ୍ୟାସ ବୁକ୍ କରୁଥିବେ। ପ୍ରଥମ ଥର ବୁକ୍ କରୁଥିବା ଗ୍ରାହକ ଏହି ଅଫରର ଲାଭ ପାଇପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି କ୍ୟାସବ୍ୟାକ ଅଫର ମାର୍ଚ୍ଚ ୩୧ ଯାଏଁ ଅଛି। ଅର୍ଥାତ ଶସ୍ତାରେ ଗ୍ୟାସ ପାଇବାକୁ ଆପଣଙ୍କ ପାଖରେ ଆଉ ମାତ୍ର ୭ ଦିନ ସମୟ ଅଛି। ବୁକିଂ କରିବାର ୨୪ ଘଣ୍ଟା ଭିତରେ ଆପଣଙ୍କୁ କ୍ୟାସବ୍ୟାକ ସ୍କ୍ରାଚକାର୍ଡ ମିଳିବ। ଏହି ସ୍କ୍ରାଚକାର୍ଡ ୭ ଦିନ ଭିତରେ ବ୍ୟବହାର କରିବାକୁ ହେବ।

Amazon Pay ରୁ ମିଳୁଛି ୫୦ ଟଙ୍କାର କ୍ୟାସବ୍ୟାକ୍‌

ଏହାଛଡା ଇଣ୍ଡେନ ଗ୍ୟାସ ଉପଭୋକ୍ତା ଆମାଜନ ପେ ଜରିଆରେ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂରେ ୫୦ ଟଙ୍କା କ୍ୟାସବ୍ୟାକ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.