ସୁଶାନ୍ତଙ୍କ ସ୍ମୃତିରେ ଅଷ୍ଟ୍ରେଲିଆରେ ତିଆରି ହେଲା ମେମୋରିଆଲ୍‌ ବେଞ୍ଚ୍‌, ଲେଖାଗଲା ଏମିତି କିଛି

ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥାଆନ୍ତି। ସେ ପ୍ରାୟ ସମୟ ଭାଇ ସୁଶାନ୍ତଙ୍କ ସ୍ମୃତିରେ ଫଟୋ ଏବଂ ଭିଡିଓ ଶେୟାର କରିବାରେ ଲାଗିଥାଆନ୍ତି। ଏଥି ସହିତ ଶ୍ୱେତା ସୁଶାନ୍ତଙ୍କୁ ନ୍ୟାୟ ଦେବାରେ ବି ଲାଗିଛନ୍ତି। ଏବେ ସେ ଆଉ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ଅଷ୍ଟ୍ରେଲିଆର ଏକ ଗାର୍ଡେନରେ ସେଟ୍‌-ଅପ୍‌ ହୋଇଥିବା ସୁଶାନ୍ତଙ୍କ ନାଁର ମେମୋରିଆଲ୍‌ ବେଞ୍ଚର ଫଟୋ ରହିଛି। ଶ୍ୱେତା ଏହି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।

ଉକ୍ତ ମେମୋରିଆଲ ବେଞ୍ଚରେ ଲେଖାଯାଇଛି କି, ‘ସୁଶାନ୍ତ ସିଂ ରାଜପୁତ(୧୯୮୬-୨୦୨୦)। କିନ୍‌ ଆଷ୍ଟ୍ରୋନମର, ଏନ୍‌ଭାୟରମେଣ୍ଟାଲିଷ୍ଟ ଆଣ୍ଡ ହ୍ୟୁମାନିଟାରିୟନ। ଏକ ଆତ୍ମା ଯାହା ମିଲିୟନ୍ସଙ୍କୁ ଛୁଇଁଛି’। ସେହିପରି ବେଞ୍ଚରେ ‘ସୁଶାନ୍ତଙ୍କ ପଏଣ୍ଟ’ ବି ବୋଲି ଲେଖାଯାଇଛି। ସେପଟେ ଫଟୋ ଶେୟାର କରି ଶ୍ୱେତା ଲେଖିଛନ୍ତି, ‘ସେ ବଞ୍ଚିଛି, ତା’ ନାଁ ବଞ୍ଚିଛି, ତା’ ଏସେନ୍ସ ବଞ୍ଚିଛି! ଏମିତି ଇମ୍ପ୍ୟାକ୍ଟ ହୋଇଥାଏ ଏକ ପବିତ୍ର ଆତ୍ମାର। ତୁ ଭଗବାନଙ୍କ ସନ୍ତାନ ଅଟୁ ମୋ ବେବି, ତୁ ସବୁବେଳେ ବଞ୍ଚିଥିବୁ’।

ସୁଶାନ୍ତଙ୍କ ମେମୋରିଆଲ୍‌ ବେଞ୍ଚ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜଣେ ଫ୍ୟାନ୍‌ ସୁଶାନ୍ତଙ୍କୁ ମନେ ପକାଇ ଲେଖିଛନ୍ତି, ‘ମିସ୍‌ ୟୁ ହିରୋ’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଫରଏଭର ସୁଶାନ୍ତ’। କହି ରଖୁଛୁ, ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ ହିନ୍ଦୀ ଫିଲ୍ମ କାଟାଗୋରୀରେ ‘ବେଷ୍ଟ ଫିଲ୍ମ’ର ଜାତୀୟ ପୁରସ୍କାର ଜିତିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.