Below header

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୩ ମହିଳା ଗଞ୍ଜେଇ ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୩ ମହିଳା ଗଞ୍ଜେଇ ବେପାରୀ ଗିରଫ । ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସେମାନଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଜବତ ହୋଇଛି ୩୦ କେଜି ଓଜନର ଗଞ୍ଜେଇ । ଗିରଫ ମହିଳାମାନେ ହେଲେ କୋଲକାତାର ସିଆ ଶର୍ମା, ମାର୍ଜିନା ବିବି ଓ କନ୍ଧମାଳର ସରସ୍ୱତୀ ନାୟକ ।

କନ୍ଧମାଳରୁ ସରସ୍ୱତୀ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଆଣି ବରମୁଣ୍ଡା ଆସିଥିଲା । ଏଠାରୁ ବସ୍‌ରେ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରିଥିଲେ । ଖବର ପାଇ ସାଦା ପୋଷାକରେ ପୋଲିସ ଯାଇ ତିନି ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.