Below header

ଚାକିରି କରିବେ ବ୍ରିଟେନ୍‌ ରାଜକୁମାର ପିନ୍ସ ହେରୀ, ଷ୍ଟାର୍ଟ ଅପ୍‌ ରେ ସମ୍ଭାଳିବେ ଚିଫ୍‌ ଇମ୍ପେକ୍ଟ ଅଫିସର ପଦ

ସାନ୍‌ ଫ୍ରାନ୍ସିସ୍କୋ :  ଏକଦା ନିଜ ଘରେ ଶହ ଶହ ଚାକର ବାକରଙ୍କ ଗହଣରେ ରହୁଥିବା ବିଟେନ୍‌ ରାଜକୁମାର ପ୍ରିନ୍ସ ହେରୀ ଅନ୍ୟତ୍ର ଚାକିରି କରିବେ । ବ୍ରିଟିଶ୍‌ ଶାହି ପରିବାରର ମର୍ଯ୍ୟାଦା ଟିକେ ଅଲଗା । ଯେତେ ଆର୍ଥିକ ସଙ୍କଟ ପଡ଼ିଥିଲେ ବି ଶାହି ପରିବାରର କେହି ଅନ୍ୟ ନିକଟରେ ଚାକିରି କରିନଥିଲେ । ପ୍ରଥମଥର ପାଇଁ ପ୍ରିନ୍ସ ହେରୀ ଅନ୍ୟତ୍ର ଚାକିରି କରିବାକୁ ଆସିଛନ୍ତି ।

ବ୍ରିଟେନ୍‌ ରାଜକୁମାର ପ୍ରିନ୍ସ ହେରୀ ଚାକିରି କରିବେ । ମଙ୍ଗଳବାର ସାନ୍‌ ଫ୍ରାନ୍ସିସ୍କୋ ରେ ସେ ଚିଫ୍‌ ଇମ୍ପାକ୍ଟ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ତେବେ ତାଙ୍କର ଦରମା ସମ୍ପର୍କରେ କିଛି ସାର୍ବଜନୀନ କରାଯାଇନାହିଁ । ଏହି କମ୍ପାନୀର କର୍ମଚାରୀମାନେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଜଣାଯାଇଛି । ତେବେ ଏହି ପଦବୀ ପାଇଁ ପ୍ରିନ୍ସ ଏକଦମ ଠିକ୍‌ ବୋଲି କମ୍ପାନିର ସିଇଓ ପ୍ରକାଶ କରିଛନ୍ତି । େଓ୍ଵଟର ଅପ୍‌ କମ୍ପାନୀ ମାର୍ସ , AB inBev ଏବଂ ଲିଙ୍କ୍‌ଡିନ୍‌ ଭଳି କମ୍ପାନୀ କର୍ମଚାରୀଙ୍କ ସହ ମାନସିକ ସ୍ୱାସ୍ଥ୍ୟ ଓ କୋଚିଂ କ୍ଷେତ୍ରରେ କାମ କରେ ।

ବ୍ରିଟିସ୍‌ ର ଶାହି ପରିବାରରୁ ଅଲଗା ହେବା ପରେ ପୂର୍ବ ଅଭିନେତ୍ରୀ ମେଗନ୍‌ ମାର୍କିଲ ଓ ପ୍ରିନ୍ସ ହେରୀ କାଲିଫୋର୍ଣ୍ଣିଆରେ ରହିଆସୁଛନ୍ତି । ସେ ରୋଜଗାର କ୍ଷେତ୍ରରେ ମନୋନିବେଶ କରୁଥିବା ଦେଖିବାକୁ ମିଳୁଥିଲେ । ନେଟ୍‌ଫ୍ଲିକ୍ସ ସହ କଣ୍ଟେଣ୍ଟ ତିଆରି କରିବା ଓ ସ୍ଫୋଟିଫାୟ ପାଇଁ ପାଡ୍‌ କାଷ୍ଟ ତିଆରି ସମ୍ପର୍କିତ ଡିଲରେ ସାଇନ୍‌ କରିଛନ୍ତି । ଏବେ ପ୍ରିନ୍ସ ହେରୀ େଓ୍ଵଟରଅପ୍‌ କମ୍ପାନୀ ସହ ନିଜର ନୂଆ କାମ ଆରମ୍ଭ ସମ୍ପର୍କରେ ନିଜ ବ୍ଲଗରେ ପୋଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.