Below header

ଯାଜପୁର: ଖରସ୍ରୋତା ନଦୀରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ଦୁଇ ଭାଇଙ୍କ ସଲୀଳ ସମାଧି

ଯାଜପୁର (କେନ୍ୟୁଜ): ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ଗଲେ ଦୁଇ ଭାଇ। ଓଡ୍ରାଫ ଟିମ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି  ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଚିନ୍ତାପଲି ଗ୍ରାମରେ। ଗ୍ରାମର କାହ୍ନୁ ଚରଣ ଚନ୍ଦଙ୍କ ବଡ଼ପୁଅ ଦୀନବନ୍ଧୁ ଚନ୍ଦ(ବୟସ-୧୮) ଓ ସାନ ପୁଅ ଦିବାକର ଚନ୍ଦ (ବୟସ-୧୬) ଦୁହେଁ ନିକଟସ୍ଥ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଅସାବଧାନତାବଶତଃ ଦୁହେଁ ନଦୀରେ ବୁଡି ଯାଇଥିଲେ।

jajpur drownimg12

ଗୁରୁତର ଅବସ୍ଥାରେ ଉଭୟଙ୍କୁ ମଧୁବନ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଦିନବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ। ଦିବାକରଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଦୁଇ ଭାଇଙ୍କ ଏହି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.