ସାନିଟାଇଜର ବ୍ୟବହାର ପାଲଟିପାରେ ବିପଜ୍ଜନକ, ୪୪ଟି ସାନିଟାଇଜରରେ କ୍ୟାନସର ସୃଷ୍ଟି ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ପାଇଁ ସାନିଟାଇଜର ବ୍ୟବହାର ପାଲଟିପାରେ ବିପଦଜନକ। ସାନିଟାଇଜର ବ୍ୟବହାର କ୍ୟାନସର ସୃଷ୍ଟି କରିପାରେ ବୋଲି ଜଣାପଡ଼ିଛି। ୪୪ଟି ସାନିଟାଇଜରରେ କ୍ୟାନସର ସୃଷ୍ଟି କରିପାରୁଥିବା ରସାୟନ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଚିନ୍ତା ବଢିଛି। ୧୬୮ ପ୍ରକାର ସାନିଟାଇଜରକୁ ପରୀକ୍ଷା କରିବା ପରେ ୪୪ଟିରେ ଅତ୍ୟଧିକ ପରିମାଣର ବିପଦଜନକ ବେଞ୍ଜେନ ରସାୟନ ମିଳିଥିଲା।

ଦୀର୍ଘ ଦିନ ଧରି ଏହାର ବ୍ୟବହାର ପରେ କ୍ୟାନସର କିମ୍ବା ଚର୍ମରୋଗ ଉପୁଜିବାର ଅଧିକ ସମ୍ଭାବନା ରହିଥିବା ଆମେରିକା ଖାଦ୍ୟ ଓ ଔଷଧ ବିଭାଗ- ଏଫଡିଏର ଅଧ୍ୟୟନରୁ ଜଣାପଡ଼ିଛି। ଏଥିପାଇଁ ଅଧିକ ମାତ୍ରାରେ ବେଞ୍ଜେନ ଥିବା ସାନିଟାଇଜର ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣ କାୟା ମେଲାଇବା ପରେ ସାନିଟାଇଜର ବ୍ୟବହାର ହଠାତ ବୃଦ୍ଧି ପାଇଥିଲା। କିନ୍ତୁ ବର୍ତ୍ତମାନ ଏଭଳି ତଥ୍ୟ ଉଦ୍‌ବେଗ ବଢାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.