Below header

ଗିରଫ ହେବାର ୧୧ ଦିନ ପରେ ରାଣା ଦମ୍ପତିଙ୍କୁ ମିଳିଲା ବେଲ୍‌, ହନୁମାନ ଚାଳିଶା ବିବାଦରେ ଫସିଥିଲେ ଜେଲରେ

କେନ୍ୟୁଜ୍(ବ୍ୟୁରୋ): ହନୁମାନ ଚାଳିଶା ବିବାଦରେ ରାଣା ଦମ୍ପତିଙ୍କୁ ଆଶ୍ୱସ୍ତି । ଅମରାବତୀ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ମିଳିଲା ଜାମିନ୍‌ । ତେବେ ଆଜି ଜେଲରୁ ବାହାରି ପାରିନାହାନ୍ତି ଉଭୟ । ଗିରଫ ହେବାର ୧୧ ଦିନ ପରେ ରାଣା ଦମ୍ପତିଙ୍କୁ ବେଲ୍‌ ମିଳିଛି । ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ ସେସନ୍‌ କୋର୍ଟ । ସର୍ତ୍ତ ଗୁଡିକ ହେଉଛି ଉଭୟ ତଦନ୍ତ କ୍ରିୟାରେ ବାଧା ଦେବେ ନାହିଁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ । ମାମଲା ସହ ଜଡିତ କୌଣସି କଥା ଗଣମାଧ୍ୟମ ସାମ୍ନାରେ ରଖିପାରିବେ ନାହିଁ । ସର୍ତ୍ତ ପାଳନ ନକଲେ ମଞ୍ଜୁର ହୋଇଥିବା ଜାମିନ ଖାରଜ ହୋଇଯିବ ।

ରାଣାଙ୍କୁ ଦମ୍ପତିଙ୍କୁ ଏପ୍ରିଲ୍‌ ୨୩ ତାରିଖରେ ଖାର୍‌ ଥାନା ପୁଲିସ ଗିରଫ କରିଥିଲା । ମହାରାଷ୍ଟ୍ରରେ ଜାରି ରହିଥିବା ଲାଉଡସ୍ପିକର ବିବାଦ ମଧ୍ୟରେ ନବନୀତ ରାଣା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଶିବସେନା କର୍ମୀମାନେ ରାଣା ପରିବାରର ଘର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାପରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରିରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.