ଚିଲିକା ମଝିରେ କାଳ ବୈଶାଖୀର ତାଣ୍ଡବ: ବୁଡିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଧୀବର

ଟାଙ୍ଗୀ(କେନ୍ୟୁଜ୍):  କାଳ ବୈଶାଖୀର ପ୍ରଭାଵରେ ଚିଲିକାରେ ବୁଡିଲା  ମାଛ ମରା  ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ। ଘଟଣା ଘଟିଛି  ଚିଲିକାର  ୪ ନଂ କୁଦ ନିକଟରେ । ସବୁ  ଦିନ ଭଳି  ଗତ କାଲି  ଚିଲିକାରେ  ମତ୍ସ୍ୟଜୀବୀମାନେ  ମାଛ ମାରିବା  ପାଇଁ ଯାଇଥିଲେ ।  ମାଛ ମାରିବା ପାଇଁ  ଜାଲ ଖନ୍ଦା ବସାଇ ସାରିବା ପରେ  ମତ୍ସ୍ୟଜୀବୀମାନେ ରାତି ପ୍ରାୟ ୯ଟା ସମୟରେ ଖାଇ ପିଇ  ଡଙ୍ଗାରେ ବିଶ୍ରାମ ନେଉଥିଲେ । ହଠାତ୍ ଚିଲିକା ମଧ୍ୟରେ ପବନର ବେଗ ବଢିବାରେ ଲାଗିଲା । ପବନର ବେଗ ବେଳକୁ ବେଳ ବଢି ପ୍ରଳୟୀର ରୂପ ନେଲା। ଯାହା ଫଳରେ ଜାଲ ଗୁଡିକ ଭାଷି ଯିବା ସହ ଡଙ୍ଗା ଗୁଡିକରେ ପାଣି ପଶିବାକୁ ଲାଗିଲା । ପାଣି ପଶିବା ଫଳରେ ଡଙ୍ଗା ଗୁଡିକ ଚିଲିକାରେ ବୁଡିବାକୁ ଲାଗିଲା ।

ଫଳରେ ମତ୍ସ୍ୟଜୀବୀମାନେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଭେଳା ପଟାକୁ ଆଶ୍ରା କରି ଚିଲିକାର ଅଥଳ ଜଳ ରାଶିରେ ପହଁରିବାକୁ ଲାଗିଲେ । ମତ୍ସ୍ୟଜୀବୀମାନେ ନିରାପଦରେ ଘରକୁ ଫେରିଥିବା ବେଳେ ଅନେକ ମତ୍ସ୍ୟଜୀବୀମାନଙ୍କର ଡଙ୍ଗା ଏବେ  ଚିଲିକାରେ ବୁଡି ରହିଥିବା ଜଣା ପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ପାଣି ଦ୍ୱାର ଗ୍ରାମର ମତ୍ସ୍ୟଜୀବୀ ଅଶୋକ ବେହେରାଙ୍କର  ଡଙ୍ଗା ବୁଡି ଯାଇଥିବା ଜଣା ପଡିଛି । ପୁରୀ ଜିଲ୍ଲା  ୪ନଂ କୁଦର ପଶ୍ଚିମ ପଟେ ଡଙ୍ଗାଟି ବୁଡି ରହିଛି ।  ୩୦ରୁ ଅଧିକ ମତ୍ସ୍ୟଜୀବୀ  ୫ ରୁ ୬ଟି ମୋଟର ବୋଟ୍ ନେଇ ବୁଡିଥିବା ଡଙ୍ଗାକୁ  ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ବୁଡି ଯାଇଥିବା ଡଙ୍ଗାକୁ ଉଦ୍ଧାର କରିବା ପାଇଁ ମତ୍ସ୍ୟଜୀବୀମାନେ ନିବେଦନ କରିଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.