Below header

ବିଜୁବାବୁଙ୍କ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ, ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର : ‘ଓଡ଼ିଶା ଲାଇଭ୍’ ପକ୍ଷରୁ ପ୍ରସ୍ତୁତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି ତୈଳଚିତ୍ରଗୁଡ଼ିକର ସ୍ଥାୟୀ ସଂରକ୍ଷଣ ଏବଂ ସାର୍ବଜନୀନ ପ୍ରଦର୍ଶନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଆଜି ‘ଓଡ଼ିଶା ଲାଇଭ୍’ ମିଡ଼ିଆ ନେଟଓ୍ଵର୍କ ପକ୍ଷରୁ ଏହାର ଅନ୍ୟତମ ନିର୍ଦ୍ଦେଶକ ଭବାନୀ ପ୍ରସାଦ ମହାନ୍ତି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଜୁ ବାବୁଙ୍କର ୫ଟି ତୈଳଚିତ୍ର ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁବାବୁଙ୍କ ଜୀବନର ବିଭିନ୍ନ ଦିଗକୁ ନେଇ କେତୋଟି ତୈଳଚିତ୍ର ପ୍ରସ୍ତୁତ କରାଯାଇଥିଲା। ‘ଓଡ଼ିଶା ଲାଇଭ୍’ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ତୈଳଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀର ଉନ୍ମୋଚନ କରାଯାଇଥିଲା।

ଓଡ଼ିଶାରେ ଶିଳ୍ପାୟନକୁ ନେଇ ବିଜୁବାବୁଙ୍କ ସ୍ୱପ୍ନ, ଜାତୀୟ ରାଜନୀତିରେ ତାଙ୍କର ଭୂମିକା, ପିଲାଙ୍କ ଦୃଷ୍ଟିରେ ବିଜୁବାବୁ – ଏଭଳି ବିଭିନ୍ନ ଥିମ୍କୁ ନେଇ ‘ଓଡ଼ିଶା ଲାଇଭ୍’ ପକ୍ଷରୁ ତୈଳଚିତ୍ରଗୁଡ଼ିକୁ ଆଙ୍କିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା। ବିଜୁ ବାବୁଙ୍କ ଏହି ତୈଳଚିତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବେ ବିଧାନସଭାରେ ପ୍ରଦର୍ଶନ ପାଇଁ ବାଚସ୍ପତି ଗ୍ରହଣ କରିଥିବାରୁ ‘ଓଡ଼ିଶା ଲାଇଭ୍‌’ ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳମ୍ବର ରଥ ଧନ୍ୟବାଦ ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.