ବିଦେଶରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ୨ ଲକ୍ଷର ସ୍କଲାରସିପ୍‌ ଘୋଷଣା କଲା କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ, ଆପଣ ବି କରିପାରିବେ ଆବେଦନ

ବିଦେଶରେ ପଢ଼ିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌ ସୋସାଇଟି ଅଫ୍‌ ଇଣ୍ଡିଆ (The Oxford and Cambridge Society of India)। ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ସ୍କଲାରସିପ୍‌ ୨୦୨୨ ଘୋଷଣା କରାଯାଇଛି। ଏହି ସ୍କଲାରସିପ୍‌ କେବଳ ସେହି ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଆମେରିକା ଓ ୟୁକେରେ ଉଚ୍ଚ ଶିକ୍ଷା କରିବା ପାଇଁ ଆବେଦନ କରିଛନ୍ତି। ୟୁଏସ୍‌ ଓ ୟୁକେର ଅଣ୍ଡରଗ୍ରାଜୁଏଟ୍‌ କିମ୍ବା ସେକେଣ୍ଡ ଅଣ୍ଡର ଗ୍ରାଜୁଏଟ୍‌ କିମ୍ବା ଗ୍ରାଜୁଏଟ୍‌ ଓ ରିସର୍ଚ୍ଚ ଷ୍ଟଡିସ୍‌ କରିବାକୁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ୍‌ ମିଳିପାରିବ।

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୩୦ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ। ଏଥିସହ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍କିମ୍‌ ଅନୁସାରେ ରହିବା ଦରକାର। ଆବେଦନ କରୁଥିବା ପ୍ରାର୍ଥୀ ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ କିମ୍ବା ଦ ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡରେ ପଢ଼ୁଥିବା ଆବଶ୍ୟକ।

ଯୋଗ୍ୟତା:

  • ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ହୋଇଥିବା ଦରକାର।
  • ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ କିମ୍ବା ଦ ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡରେ ପଢ଼ୁଥିବା ଆବଶ୍ୟକ।

ପୁରସ୍କାର:

  • ୨ ଲକ୍ଷ ଟଙ୍କା

ଏହି ସ୍କଲାରସିପ୍‌ ପାଇଁ ଆବେଦନ ପ୍ରକ୍ରିୟା ୧ ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହୋଇସାରିଲାଣି। ଏଥିପାଇଁ ଆବେଦନ କରିବା ପାଇଁ ଶେଷ ତାରିଖ ରହିଛି ରହିଛି ୧୫ ମେ’ ୨୦୨୨। ଚଳିତବର୍ଷ ମେ’ ୧୫ ପୂର୍ବରୁ ପ୍ରାର୍ଥୀଙ୍କୁ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାକୁ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ କେବଳ ଇମେଲ୍‌ ମାଧ୍ୟମରେ ହିଁ ସ୍କଲାରସିପ୍‌ ପାଇଁ ଆପ୍ଲାଏ କରିପାରିବେ।

ଆବେଦନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନିତ ପ୍ରାର୍ଥୀଙ୍କ ତାଲିକା ଜୁନ୍‌ ଶେଷ ସପ୍ତାହରେ ପ୍ରକାଶ ପାଇବ। ଚୟନିତ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏହି ଇଣ୍ଟରଭ୍ୟୁ ୧୦ ଜୁଲାଇ ୨୦୨୨ରେ ଆୟୋଜିତ ହେବ ବୋଲି ୟୁନିଭର୍ସିଟି ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରଭ୍ୟୁରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ୩୧ ଜୁଲାଇ ୨୦୨୨ ସୁଦ୍ଧା ପୁରସ୍କୃତ କରାଯିବ।

ଜରୁରୀ ତାରିଖ:

  • ଆବେଦନ ଆରମ୍ଭ : ୧ ମାର୍ଚ୍ଚ ୨୦୨୨
  • ଆବେଦନ ଶେଷ : ୧୫ ମେ ୨୦୨୨
  • ଚୟନିତ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇବ : ୨୦୨୨ ଜୁନ୍‌ ଶେଷ ସୁଦ୍ଧା
  • ଇଣ୍ଟରଭ୍ୟୁ : ୧୦ ଜୁଲାଇ ୨୦୨୨
  • ସ୍କଲାରସିପ୍‌ ଘୋଷଣା : ୩୧ ଜୁଲାଇ ୨୦୨୨

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ http://www.oxbridgeindia.com/scholarships/ocsi-scholarships-forms-and-dates/ ଉପରେ କ୍ଲିକ୍‌ କରନ୍ତୁ।

Also Read: ଭୁଲରେ ବି ଘରେ ରଖନ୍ତୁନି ଏମିତିକା ଫୁଲ, ଦେଖାଦେବ ଆର୍ଥିକ ସଙ୍କଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.