Below header

ଆଲେକ୍ସି ଲିଓନୋଭଙ୍କ ପରଲୋକ, ନାସା ରୋକିଲା ସିଧା ପ୍ରସାରଣ

ଓ୍ଵାଶିଂଟନ : ୧୯୬୫ରେ ସ୍ପେସୱାକ (ମହାକାଶରେ ପଦଚାରଣ) କରିବାରେ ପ୍ରଥମ ବ୍ୟକ୍ତି ସୋଭିଏଟ୍‌ ଯୁଗର ମହାକାଶଚାରୀ ଆଲେକ୍ସି ଲିଓନୋଭ୍‌ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତାଙ୍କ ମୃତ୍ୟୁରେ ନାସା ତାର ସିଧା ପ୍ରସାରଣରେ ବନ୍ଦ କରି ଲିଓନୋଭଙ୍କ ନିଧନ ଖବର ପ୍ରସାରଣ କରିଥିଲା।

leonov

ତାଙ୍କୁ ଦେଶର ସର୍ବଶ୍ରେଷ୍ଠ ସମ୍ମାନ ‘ହିରୋ ଅଫ୍‌ ଦି ସୋଭିଏଟ୍‌ ୟୁନିୟନ’ ଭାବେ ଦୁଇଥର ସମ୍ମାନିତ କରାଯାଇଥିଲା। ୧୯୬୧ରେ ପ୍ରଥମ ବ୍ୟକ୍ତି ଭାବେ ମହାକାଶକୁ ଯାଇଥିବା ୟୁରି ଗାଗାରିନ୍‌ଙ୍କର ସେ ଘନିଷ୍ଠ ବନ୍ଧୁ ଥିଲେ। ଏହାର ୪ ବର୍ଷ ପରେ ଲିଓନୋଭ୍‌ ଭୋସ୍କୋଡ୍‌-୨ ମିଶନରେ ଯାଇ ୧୨ ମିନିଟ ୯ ସେକେଣ୍ଡ ସ୍ପେସୱାକ କରି ଇତିହାସ ରଚିଥିଲେ। ସଫଳ ସ୍ପେସୱାକ ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କଲାବେଳେ ସେମାନଙ୍କ ମହାକାଶ ଯାନ ସାଇବେରିଆ ଜଙ୍ଗଲରେ ଅବତରଣ କରିଥିଲା।

leonov1

ଜନ୍ମ ସାଇବେରିଆରେ ହୋଇଥିଲା। ସେ ୧୯୪୮ରେ ତାଙ୍କ ପରିବାର ପଶ୍ଚିମ ରୁଷରେ ଆସି ରହିଥିଲେ। ପ୍ରଥମେ ଏୟାରଫୋର୍ସ ପାଇଲଟ ଭାବେ ଲିଓନୋଭକୁ ଅନ୍ତରୀକ୍ଷ ଯାତ୍ରୀ ରୂପେ ପ୍ରଶିକ୍ଷଣ ମିଳିବାକୁ ସୁଯୋଗ ମିଳିଥିଲା। ୧୯୬୦ରେ ୟୁରୀ ଗାଗରିନଙ୍କ ସହିତ ଟ୍ରେନିଂ ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.