Below header

ଗୁଜରାଟ ଦଙ୍ଗା, ନରୋଦା ଗାଁ ହିଂସା: ପୂର୍ବତନ ମନ୍ତ୍ରୀ ମାୟା କୋଡନାନି, ବାବୁ ବଜରଙ୍ଗୀଙ୍କ ସମେତ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ନରୋଦା ଗାଁ ହିଂସାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନି, ବାବୁ ବଜରଙ୍ଗୀ, ଜୟଦୀପ ପଟେଲଙ୍କ ସମେତ ସମସ୍ତ ୬୯ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ନରୋଦା ଗାଁ ହିଂସାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନି, ବାବୁ ବଜରଙ୍ଗୀ, ଜୟଦୀପ ପଟେଲଙ୍କ ସମେତ ସମସ୍ତ ୬୯ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା।

୨୦୦୨ ଫେବୃଆରୀ ୨୭ରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସର ବଗିରେ ପେଟ୍ରୋଲ ଢାଳି ଗୁଜରାଟର ଗୋଧ୍ରାଠାରେ ଅନେକ ଲୋକଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା।

ଏହାର ଜବାବରେ ଫେବୃଆରୀ ୨୮ରେ ଗୁଜରାଟ ବନ୍ଦ ଘୋଷଣା କରାଯାଇଥିଲା। ଏହି ସମୟରେ ଅହମ୍ମଦାବାଦ ସହର ସମେତ ପୂରା ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଦଙ୍ଗାରେ ଫେବୃଆରୀ ୨୮ରେ ନରୋଦା ଗାଁ ଭିତରେ ଏବଂ ବାହାରେ ୧୧ ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା।

କହି ରଖୁଛୁ, ଏହି ମାମଲାରେ ଗୁଜରାଟର ପୂର୍ବତନ ମନ୍ତ୍ରୀ ମାୟା କୋଡନାନି ଏବଂ ବଜରଙ୍ଗ ଦଳର ନେତା ବାବୁ ବଜରଙ୍ଗୀଙ୍କ ସମେତ ୮୬ ଜଣ ଅଭିଯୁକ୍ତ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୋଧ୍ରାରେ ଟ୍ରେନ୍‌ ପୋଡ଼ି ଘଟଣାରେ ଅଯୋଧ୍ୟାରୁ ଫେରୁଥିବା ୫୮ ଯାତ୍ରୀଙ୍କ ମୃତ୍ୟୁର ଦିନକ ପରେ ଫେବୃଆରୀ ୨୮ରେ ଅହମ୍ମଦାବାଦ ସହରର ନରୋଦା ଗ୍ରାମ ଅଞ୍ଚଳରେ ଦଙ୍ଗା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.