ପାକିସ୍ତାନରେ ଡିଗ୍ରୀଧାରୀଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି ଭିକାରୀ, ଭିଡ଼ିଓ ଦେଖି ମଜା ନେଉଛନ୍ତି ଲୋକେ

ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ପ୍ରାୟ ସମୟ ମଜାଦାର ଭିଡିଓ ଦେଖିବାକୁ ମିଳେ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ଦେଖି ଖୁବ ମଜା ନେଉଛନ୍ତି ।ଭିକାରୀଙ୍କ ପାଖରେ ଏତେ ସଂଖ୍ୟାରେ ନୋଟ ରୁଣ୍ଡ ହୋଇଛି ଯେ ତାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ଇସଲାମବାଦ : ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ପ୍ରାୟ ସମୟ ମଜାଦାର ଭିଡିଓ ଦେଖିବାକୁ ମିଳେ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଲୋକେ ଏହାକୁ ଦେଖି ଖୁବ ମଜା ନେଉଛନ୍ତି । ସାଂଘାତିକ ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଖାଇବା ପାଇଁ ହା ହା କାର ପଡୁଛି । କେବେ ଅଟା ତ କେବେ ଚାଉଳକୁ ନେଇ ଦଳା ଚକଟାରେ ପ୍ରାଣ ଯାଉଛି । ହେଲେ ଏଠାରେ ଭିକାରୀଙ୍କ ପାଇଁ ସେମିତି କିଛ ଅସୁବିଧା ନାହିଁ,ଯାହ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ କିଛି ଭିକାରୀ ପ୍ଲାଷ୍ଟିକ ଅଖା ପକାଇ ବସିଛନ୍ତି । ପାଖରେ ରୁଣ୍ଡ ହୋଇଥିବା ନୋଟ ସବୁକୁ ଗଣତି କରୁଛନ୍ତି । ଭିକାରୀଙ୍କ ପାଖରେ ଏତେ ସଂଖ୍ୟାରେ ନୋଟ ରୁଣ୍ଡ ହୋଇଛି ଯେ ତାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏହି ପୋଷ୍ଟକୁ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି ଯେ ପାକିସ୍ତାନରେ ଡିଗ୍ରୀଧାରୀଙ୍କ ଠାରୁ ଭିକାରୀଙ୍କ ପାଖରେ ଅଧିକ ପଇସା ।

ଭିଡିଓକୁ ଦେଖିବା ପରେ ବିଭିନ୍ନ ୟୁଜର୍ସ ମଜାଳିଆ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ମୁଁ ବି କାଲିଠାରୁ ଭିକ ମାଗବାକୁ ଯାଉଛି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି –‘ ଅଦ୍ଭୁତ କଥା ଭିକ ମାଗୁଥିବା ଦେଶର ଭିକାରୀଙ୍କ ପାଖରେ ଟଙ୍କାର ପାହାଡ ’ । ବାସ୍ତବ କଥା ହେଉଛି ଏବେ ମୁସଲମାନଙ୍କର ପର୍ବ ‘ଇଦ୍‌ ଅଲ୍‌ ଫିତର’ ପାଳିତ ହେଉଛି । ଏହି ପର୍ବରେ ଲୋକେ ତାଙ୍କ ଶକ୍ତି ଅନୁଯାୟୀ ଦାନ ଧର୍ମ କରିବାର କଥା । ଯାହାର ମଜା ଭିକାରୀମାନେ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.