Below header

କରୋନା ପାଇଁ ଚଳିତ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା, ଲାଇଭ୍ ଟେଲିକାଷ୍ଟରେ ଦର୍ଶନ କରିବେ ଶ୍ରଦ୍ଧାଳୁ

କେନ୍ଯୁଜ୍: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ଚଳିତ ବର୍ଷ ଅମରନାଥ ଯାତ୍ରା ବାତିଲ କରିଛନ୍ତି। ଗତକାଲି ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ତମ ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି।

ସୂଚନା ମୁତାବକ ଗତ ଜୁଲାଇ ୧୩ ତାରିଖରେ ସୁପ୍ରିମକୋର୍ଟ ଅମରନାଥ ଯାତ୍ରା ହେବ କି ନାହିଁ ତା’ର ନିଷ୍ପତ୍ତି ଜମ୍ମୁ-କାମୀର ପ୍ରଶାସନ ଉପରେ ନ୍ଯସ୍ତ କରିଥିଲେ। ଅନ୍ଯପଟେ ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅମରନାଥ ଯାତ୍ରା ବାତିଲ୍ କରିବାକୁ ଘୋଷଣା କରିଛନ୍ତି। ଏନେଇ ଶ୍ରଦ୍ଧାଳୁଙ୍କ ଭକ୍ତିଭାବକୁ ଲକ୍ଷ୍ଯ କରି ଅମରନାଥଙ୍କ ସକାଳ ଏବଂ ସଂଧ୍ଯା ଆଳତୀର ଲାଇଭ୍ ଟେଲିକାଷ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.