କଟକ ଖଟବିନ୍‌ ସାହିର ବାରିଲେନ୍‌ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଏକାକାଳୀନ ୫୦ରୁ ଅଧିକ ପଜିଟିଭ ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ନିଷ୍ପତ୍ତି

କଟକ : କଟକ ସ୍ଥିତ ଖଟବିନ୍‌ ସାହିର ବାରିଲେନ୍‌ ହେଲା କଣ୍ଟେନମେଣ୍ଟ ଜୋନ୍‌ । ସହରରୁ ମଙ୍ଗଳବାର ଦିନ ଏକାକାଳୀନ ୫୦ରୁ ଅଧିକ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ସ୍ଥିତ ୧୫ନଂ ଓ୍ଵାର୍ଡ ଖଟବିନ୍‌ ସାହିର ବାରିଲେନ୍‌ ଖଟବିନ୍‌ ସାହିରୁ ୩୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ସିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି ।

କଣ୍ଟାକ୍ଟଟ୍ରେସିଂ ଓ ଆକ୍ଟିଭ୍‌ ସର୍ଭେଲାନ୍ସ ବ୍ୟାପକ କରାଯାଇଛି । କରୋନା ଆକ୍ରାନ୍ତ ବୃଦ୍ଧି ହେବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଅଞ୍ଚଳବାସୀଙ୍କୁ ଯୋଗାଇ ଦିଆଯିବ ଆବଶ୍ୟକ ସାମଗ୍ରୀ । ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ନିଷିଦ୍ଧାଞ୍ଚଳ ଭିତରୁ କେହି ବାହାରକୁ ଆସିପାରିବେ ନାହିଁ କିମ୍ବା ପ୍ରବେଶ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.