ନୂଆ ରୂପରେ ଓ ଢଙ୍ଗରେ ବସିପାରେ ମୌସୁମୀ ଅଧିବେଶନ: ସାଂସଦଙ୍କ ମଧ୍ୟରେ ରହିବ ସାମାଜିକ ଦୂରତା, ସିଟ୍‌ ମଝିରେ ଲାଗିବ ଫାଇବର ଗ୍ଲାସ୍

ନୂଆଦିଲ୍ଲୀ : ନୂଆ ରୂପରେ ନୂଆ ଢଙ୍ଗରେ ହୋଇପାରେ ସଂସଦର ମୌସୁମୀ ଅଧିବେଶନ। ସଂସଦରେ ଦେଖିବାକୁ ମିଳିପାରେ ବଡ ବଡ ଟିଭି ସ୍କ୍ରିନ୍‌ । ସାଂସଦଙ୍କ ମଧ୍ୟରେ ରହିବ ଛଅ ଫୁଟର ଦୂରତା । ଦୁଇ ସାଂସଦଙ୍କ ମଧ୍ୟରେ ରହିବ ଫାଇବର ଗ୍ଲାସ କିମ୍ବା ପ୍ଲେକକ୍ସି ଗ୍ଲାସର ସିଟ୍‌ । କମିପାରେ ସଂସଦର କର୍ମଚାରୀଙ୍କ ଉପସ୍ଥାନ। କୌଣସି ବୈଷୟିକ ତ୍ରୁଟି ସୁଧାରିବାକୁ ଅଧିବେଶନ ସମୟରେ ସର୍ବଦା ପ୍ରସ୍ତୁତ ରହିଥିବେ ଏନ୍‌ଆଇସିର ଇଞ୍ଜିନୟର । ଉଭୟ ଗୃହର ଗ୍ୟାଲେରୀ ଓ ସେଣ୍ଟ୍ରାଲ ହଲ୍‌ରେ ସାଂସଦ ବସିବା ପାଇଁ ସୁବିଧା କରାଯିବ ।

ସଂସଦ ଅଧିବେଶନ ଛଅ ମାସ ଅନ୍ତରରେ ବସିବା କଥା । ମାର୍ଚ୍ଚ ୨୩ରେ ସରିଥିଲା ବଜେଟ୍‌ ଅଧିବେଶନ। ତେଣୁ ସେପ୍ଟେମ୍ବର ମଧ୍ୟରେ ସଂସଦ ଅଧିବେସନ ବସିବା କଥା। କିନ୍ତୁ କୋଭିଡ୍‌ ଯୋଗୁଁ ଚିନ୍ତା ବଢିଛି। ଅଧିବେଶନ ବସିଲେ କେମିତି ସଂସଦ ମଧ୍ୟରେ ସାମାଜିକ ଦୂରତା କିପରି ରକ୍ଷା କରି ହେବ। ଏ ସବୁ ପ୍ରସଙ୍ଗ ନେଇ ଉଭୟ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ମଧ୍ୟରେ ଚାଲିଛି ଆଲୋଚନା । ଅଗଷ୍ଟ ୧୫ ପରେ ସଂସଦର ମୌସୁମୀ ଅଧିବେଶନ ବସିପାରେ ବୋଲି କୁହାଯାଉଛି।

parliamentଏକା ସାଙ୍ଗରେ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସି ନପାରେ। ପର୍ଯ୍ୟାୟ କ୍ରମରେ ଉଭୟ ଗୃହ ଚାଲିବ। ଲୋକସଭା ବସିବା ସମୟରେ ସଦସ୍ୟମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବସିବେ। ଉଭୟ ସ୍ଥାନରେ ସିଧାପ୍ରସାରଣର ବ୍ୟବସ୍ଥା ରହିବ। ଯଦି ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରାଯାଏ ତେବେ ଲୋକସଭା ଚାମ୍ବରରେ ୧୫୮ ଓ ରାଜ୍ୟସଭା ଚାମ୍ବରରେ ୬୦ଜଣ ବସି ପାରିବେ। ରାଜ୍ୟସଭା ଗ୍ୟାଲେରିରେ ୬୭ ଓ ଲୋକସଭା ଗ୍ୟାଲେରିରେ ୧୩୨ଜଣ ବସି ପାରିବେ। ବଳକା ସଦସ୍ୟ ସେଣ୍ଟ୍ରାଲ ହଲ୍‌ରେ ବସିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.