Below header

ମସୁଦ ପାଇଁ ଟ୍ରମ୍ପ ସରକାରଙ୍କ ଚାଲ୍‌, ଇରାନ୍‌ରୁ ତେଲ କିଣିବାରୁ ଭାରତ ଉପରେ ରୋକ ଲଗାଇଲା ଆମେରିକା, ଭାରତର ବିକଳ୍ପ ଚିନ୍ତା

ଇରାନ ଠାରୁ ତେଲ କିଣିବା ଚୁକ୍ତିର ସମୟ ସୀମା ନବଢାଇ ଭାରତର ଚିନ୍ତା ବଢାଇ ଦେଇଛି ଆମେରିକା । ସୋମବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଇରାନ ଉପରେ ତେଲ ବିକିବାର ରୋକ ଲଗାଇ ଦେଇଛନ୍ତି ଟ୍ରମ୍ପ ସରକାର। ପୂର୍ବରୁ ଆମେରିକା ଦ୍ବାରା ଦିଆଯାଇଥିବା ଅଶୋଧିତ ତୈଳର ରିହାତି ଅବଧି ୨ ମଇରେ ଶେଷ ହେବାକୁ ଯାଉଛି । ଏଥିପାଇଁ ଭାରତକୁ ଅଶୋଧିତ ତେଲ କଣିବାକୁ ବିକଳ୍ପ କିଛି ଭାବିବାକୁ ପଡିପାରେ । ଆମେରିକା ଓ ଇରାନ ମଧ୍ୟରେ ପୂର୍ବ ବର୍ଷରେ ହୋଇଥିବା ପରମାଣୁ ଡିଲକୁ ଶେଷ କରାଯାଇଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି ।

ଭାରତ ଭଳି ଚୀନ୍‌ର ସମାନ ଅବସ୍ଥା 

ଭାରତ ଓ ଇରାନ୍‌ ମଧ୍ୟରେ ବ୍ୟାବସାୟିକ ସମ୍ବନ୍ଧ ବହୁ ପୁରୁଣା । ଭାରତକୁ ଆସୁଥିବା ଅଶୋଧିତ ତୈଳ ସର୍ବାଧିକ ଇରାନ ଠାରୁ ଆସିଥାଏ ।ଇରାନ ପାଇଁ ମଧ୍ୟ ଅଶୋଧିତ ତୈଳ କିଣିବାରେ ଦ୍ୱିତୀୟ ବଡ଼ ଦେଶ ହେଉଛି ଭାରତ । ସେହିଭଳି ଚୀନ ମଧ୍ୟ ଇରାନ ଠାରୁ ଅଶୋଧିତ ତୈଳ କିଣିଥାଏ । ଯଦି ତୈଳ କିଣିବାରେ ପ୍ରତିବନ୍ଧକ ସୃଷ୍ଟି ହୁଏ ତେବେ ତାହର ପ୍ରଭାବ ଦୁଇ ଦେଶର ବ୍ୟବସାୟ ଓ ଅନ୍ୟ କ୍ଷେତ୍ରରେ ପଡିପାରେ ।

MODI-IRAN

ମସୁଦ ଉପରେ ସୌଦା

ବାସ୍ତବରେ ଆମେରିକା ଚାହୁଁଛି ଭାରତ ଠାରୁ ଇରନାର ସବୁ ସଂପର୍କ ଛିନ୍ନ ହୋଇଯାଉ । ଏଥିପାଇଁ ତୈଳ ରିହାତିରେ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ପାକିସ୍ତାନରେ ଥିବା ଆତଙ୍କବାଦୀ ମସୁଦ ଅଜହରକୁ ବିଶ୍ବର ଆତଙ୍କୀ ଘୋଷିତ କରିବା ପାଇଁ ଆମେରିକା ତରଫରୁ ପ୍ରୟାସ କରାଯାଉଛି । ଆଉ ଆମେରିକା ଏହା ଚାହୁଁଛି ଯେ ଭାରତ ଇରାନ ବଦଳରେ ମସୁଦ ଉପରେ ସୌଦା କରିବାକୁ ହଁ କରିଦେଉ ଓ ସାଉଦି ଆରବରୁ ତେଲ କିଣିବା ଆରମ୍ଭ କରୁ । ଏହା ଦ୍ବାରା ଭାରତର ଲାଭ ହେବ ବୋଲି ଆମେରିକା କହିଛି ।

ନୂଆ ସରକାର ଆସିଲେ ସମାଧାନ ହେବ
ଭାରତ ପାଖରେ ବର୍ତ୍ତମାନ ଏକ ବଡ ସମସ୍ୟା ଭାବରେ ମୁଣ୍ଡ ଟେକି ଛିଡା ହୋଇଛି ସାଧାରଣ ନିର୍ବାଚନ । ଏଥିପାଇଁ ଆମେରିକାର ନିଷ୍ପତ୍ତି ଉପରେ କୌଣସି ବି ନିର୍ଣ୍ଣୟ ନେଇ ପାରୁ ନାହିିଁ ଭାରତ । ନୂଆ ସରକାର ଆସିଲେ ହିଁ ଏହାର ସମାଧାନ ହୋଇପାରିବ । କିନ୍ତୁ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଦେଶିକ ମନ୍ତ୍ରଣାଳୟକୁ ଆଶ୍ବସ୍ତ କରିବାକୁ ଯାଇ କହିଛନ୍ତି ଭାରତକୁ ଅଶୋଧିତ ତୈଳ କିଣିବାରେ କିଛି ଅସୁବିଧା ନାହିଁ । ଇରାନ ବଦଳରେ ଅନ୍ୟ ଦେଶରୁ ତେଲ କିଣିବାର ଯୋଜନା କରାଯାଇଛି। ନୂଆ ସରକାର ଗଠନ ହେବା ପରେ କେବଳ ଆମେରିକା ନୁହେଁ ବରଂ ଇରାନ ସହିତ ମଧ୍ୟ କଥାବାର୍ତ୍ତା କରିବାକୁ ପଡିପାରେ ।

ତେବେ ଇରାନ୍‌ ଠାରୁ ଭାରତ ଅଶୋଧିତ ତୈଳ ନକିଣିଲେ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ବଢ଼ିବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.