Below header

ଭାରତୀୟ ଆଇଟି ପ୍ରଫେସନାଲଙ୍କ H1-B ଭିସା ରଦ୍ଦ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ

ଆମେରିକାରେ ଅବସ୍ଥାପିତ ଭାରତୀୟ ଆଇଟି ପ୍ରଫେସନାଲଙ୍କୁ ଏକ ବଡ ଝଟ୍‌କା ଲାଗିଛି । ଏହି କର୍ମଚାରୀଙ୍କ H1-B ଭିସା ରଦ୍ଦ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ଏହାବାଦ ଅନ୍ୟ ଭିସା ଗୁଡିକୁ ମଧ୍ୟ ଚଳିତ ବର୍ଷ ଶେଷ ସୁଧା ସ୍ଥଗିତ କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି । ଟ୍ରମ୍ପ ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ଶ୍ରମିକଙ୍କ ହିତ ପାଇଁ ହିଁ ଏପରି ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ସଙ୍କଟ ଯୋଗୁ ଚାକିରି ହରାଇଥିବା ଲକ୍ଷ ଲକ୍ଷ ଆମେରିକୀୟଙ୍କୁ ଏହା ସାହାଯ୍ୟ କରିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଘୋଷଣା କରି ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ବ୍ୟବସାୟିକ ସଂଗଠନ, ଆଇନଜୀବୀ ତଥା ମାନବାଧିକାର ସଂସ୍ଥାର ଆଦେଶକୁ ବିରୋଧ କରିଥିବା ଜଣାଯାଇଛି ।

ଜୁନ୍‌ ୨୪ରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଘୋଷଣା ବହୁ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ, ଅନେକ ଆମେରିକୀୟ ଓ ଭାରତୀୟ କମ୍ପାନୀ ଉପରେ ଗଭୀର ଭାବେ ପ୍ରଭାବ ପକାଇବା ନେଇ ଆଶଙ୍କା କରାଯାଉଛି । ଯେଉଁମାନେ ଅକ୍ଟୋବର ୧ରୁ ୨୦୨୧ ଆର୍ଥିକ ବର୍ଷ ପାଇଁ ଆମେରିକା ସରକାରଙ୍କୁ H1-B ଭିସା ପ୍ରଦାନ କରିଥିଲେ ସେମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।

ଏବେ ଏମାନଙ୍କୁ ଷ୍ଟାପିଂ ପାଇଁ ଅତି କମ୍‌ରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଯେଉଁ ଭାରତୀୟ ଆଇଟି ପ୍ରଫେସନାଲ ମାନେ ନିଜ ନିଜ H1-B ଭିସାକୁ ରିନ୍ୟୁ ବା ନବୀକରଣ କରିବାକୁ ଚାହୁଁ ଛନ୍ତି ସେମାନଙ୍କ ଉପରେ ବି ଟ୍ରମ୍ପଙ୍କ ଏହି ନିଷ୍ପତି ପ୍ରଭାବ ପକାଇବ |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.