ଭୁବନେଶ୍ୱରରୁ ୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ନୂଆ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ନେଇ କୁହାଯାଇଛି । ବିଏମସି ନିଜର ଟ୍ୱିଟର ଏନେଇ ସୂଚନା ଦେଇ କହିଛି କି, ଆଜି ଭୁବନେଶ୍ୱରରେ ୨ଟି ନୂଆ ମାମଲା ଆସିଛି। ତେବେ ସୂଚନା ଥାଉକି ବିଏମସି ଅଞ୍ଚଳରେ ୯୮ ଜଣ ଆରୋଗ୍ୟ ହୋଇଥିବାବେଳେ, ସକ୍ରିୟ ମାମଲା ରହିଛି ୯୬ । ବର୍ତ୍ତମାନ ଭୁନେଶ୍ୱରରେ ସମୁଦାୟ କରୋନା ପଜିଟିଭ୍ ଙ୍କ ସଂଖ୍ଯା ୧୯୮ ରେ ପହଁଚିଛି।

bmc

ଏହି ଦୁଇ କରୋନା ଆକ୍ରାନ୍ତଙ୍କ ଭିତରୁ ଜଣେ ୩୯ ବର୍ଷିୟ ପୁରୁଷ ଯିଏକି ଜୟଦେବ ବିହାର, ମେଫେୟାର ହୋଟେଲ୍ ଅଞ୍ଚଳର । ସେ ନକଟରେ ମୁମ୍ବାଇରୁ ଫେରିଥିବା ଜଣାପଡିଛି । ସେହିପରି ଅନ୍ଯ ଜଣେ ଆକ୍ରାନ୍ତ ୩୦ ବର୍ଷିୟ ପୁରୁଷ । ଯାହାଙ୍କ ଘର ସାରନପାଲ୍ଲୀ, ଓ୍ୱାର୍ଡ ନମ୍ବର ୨୬ ଅଞ୍ଚଳରେ । ଯିଏ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.