Below header

ଏବେ ଛୁଞ୍ଚିଫୋଡି ନୁହେଁ ନଡିଆରୁ ମଧ୍ୟ ଜାଣିହେବ ବ୍ଲଡଗ୍ରୁପ: ରିସର୍ଚ୍ଚ

ଆପଣ ଜ୍ୟୋତିଷ ଏବଂ ତା’ ପାଖରେ ଥିବା ପିଞ୍ଜରାରେ ଥିବା ଶୁଆ ଭବିଷ୍ୟ କହୁଥିବା ଆପଣ ନିଶ୍ଚିତ ଜାଣିଥିବେ। କିନ୍ତୁ ନଡିଆ ଆପଣଙ୍କ ଭବିଷ୍ୟ କହିବ ତାହା ଆପଣ କେବେ ବି ଜାଣିନଥିବେ କିମ୍ବା ଶୁଣିନଥିବେ। ସାଧାରଣତଃ ନଡିଆକୁ ଆମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ହେଉ କିମ୍ବା ଘରେ ପିଠାପଣା କରିବାରେ ବ୍ୟବହାର କରିଥାଏ। କିନ୍ତୁ କିଏ ଯଦି ଆପଣଙ୍କୁ କୁହେଁ କି, ନଡିଆ ବ୍ଲଡ ଗ୍ରୁପ୍‌ ଜାଣିବାରେ ସାହାଯ୍ୟ କରିପାରେ ? ତେବେ ଏହାକୁ ଆପଣ ସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଛତିଶଗଡ ରାୟପୁରର କୃଷି ବିଭାଗରେ କାମ କରୁଥିବା ବି.ଡି ଗୁହା ନଡିଆରୁ ବ୍ଲଡ ଗ୍ରୁପ କିପରି ଜାଣିହେବ, ତାହାର ଟେକନିକ ଜଣାଇଛନ୍ତି। ଗୁହାଙ୍କ କହିବାନୁଯାୟୀ, କୌଣସି ବ୍ୟକ୍ତିଙ୍କୁ ବିନା ଛୁଇଁ ମାତ୍ର ୧୦ ସେକେଣ୍ଡରେ ସେ ବ୍ୟକ୍ତିର ବ୍ଲଡଗ୍ରୁପ କହିଦେବେ।

cocnut

 

ଚିକିତ୍ସା ବିଜ୍ଞାନ ଅନୁସାରେ ୮ଟି ବ୍ଲଡଗ୍ରୁପ ରହିଛି। ଏ ପଜେଟିଭ, ଏ ନେଗେଟିଭ, ଏବି ପଜେଟିଭି, ଏବି ନେଗେଟିଭ, ବି ପଜେଟିଭ, ବି ନେଗେଟିଭ, ଓ ପଜେଟିଭ ଏବଂ ଓ ନେଗେଟେିଭ। ଗୁହାଙ୍କ କହିବାନୁଯାୟୀ ୫ଟି ବ୍ଲଡଗ୍ରୁପ ଏ ପେଜେଟିଭ, ଏବି ପଜେଟିଭ, ବି ପଜେଟିଭି, ଓ ପଜେଟିଭ ଏବଂ ଓ ନେଗେଟିଭ ବ୍ଲଡଗ୍ରୁପଙ୍କୁ ନଡିଆ ଚିହ୍ନିପାରେ। ଅନ୍ୟ ବାକି ୩ଟି ଗ୍ରୁପକୁ ନଡିଆ ଜାଣିପାରେ ନାହିଁ, କାରଣ ଏହି ବ୍ଲଡଗ୍ରୁପର ଲୋକେ ବହୁତ କମ୍‌ ସଂଖ୍ୟ ଥାଆନ୍ତି।

chatisgard

କେମିତି ଜାଣିବେ :

ଗୁହାଙ୍କ କହିବାନୁଯାୟୀ, କୌଣସି ବ୍ୟକ୍ତିଙ୍କ ମୁଣ୍ଡଠାରୁ ଅଳ୍ପ ଉପରକୁ ହାତରେ ନଡିଆ ଧରନ୍ତୁ। କିଛି ସମୟ ପରେ ନଡିଆ ଅଲଗା ଦିଗରେ ମୋଡି ହୋଇଯାଏ। ଏ ପଜେଟିଭ ବ୍ଲଡ ଗ୍ରୁପ ଥିବା ଲୋକଙ୍କ ମୁଣ୍ଡ ଉପରେ ୪୫ ଡିଗ୍ରୀରେ ରହେ। ଏବି ପଜେଟିଭି ୪୫ ଏବଂ ୫୫ ଡିଗ୍ରୀରେ, ବି ପଜେଟିଭିଙ୍କର ୬୦ ଡିଗ୍ରୀରେ, ଓ ପଜେଟିଭ ବ୍ଲଡଗ୍ରୁପରେ ୯୦ ଡିଗ୍ରୀ ଏବଂ ଓ ନେଗେଟିଭରେ ୧୮୦ ଡିଗ୍ରୀରେ ନଡିଆ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.