ପତଞ୍ଜଳି ଲଞ୍ଚ୍‌ କଲା ‘କୋରୋନିଲ’, ମାତ୍ର ୭ ଦିନରେ ଶତ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇଥିବା ଦାବି

ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଥିବା ବେଳେ ଯୋଗଗୁରୁ ସ୍ୱାମୀ ରାମଦେବ ଭାଇରସ୍‌ର ଆତଙ୍କ ଶେଷ କରିବାକୁ ଏକ ଆଶାର କିରଣ ଦେଖାଇଛନ୍ତି। ଏବେ ଯାଏଁ ବୈଜ୍ଞାନିକମାନେ କରୋନାର ଟୀକା ବାହାର କରିପାରିନଥିବା ବେଳେ ରାମଦେବ ଆୟୁର୍ବେଦିକ ଔଷଧ’କେରୋନିଲ’ ତିଆରି କରିଛନ୍ତି। ଏହି ଔଷଧ ମାତ୍ର ୧୪ ଦିନ ମଧ୍ୟରେ କରୋନା ଭଲ କରିବ ବୋଲି ସେ ଦାବି କରିଛନ୍ତି। ସ୍ୱାମୀ ରାମଦେବ ଓ ତାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣ କୋରୋନିଲକୁ ଲଞ୍ଚ୍‌ କରିଛନ୍ତି।

Coronavirus treatment: Ramdev's Patanjali launches Coronil kit for ...

ସ୍ୱାମୀ ରାମଦେବଙ୍କ କହିବାନୁସାରେ କୋରୋନିଲ କିଟ୍‌ରେ ଶ୍ୱାସାରୀ ବଟୀ, କୋରୋନିଲ ଓ ଅଣୁ ତେଲ ରହିଛି। ଗିଲୋୟ, ତୁଳସୀ ଓ ଅଶ୍ୱଗନ୍ଧାକୁ ମିଶାଇ କେରୋନିଲ୍‌ ପ୍ରସ୍ତୁତ ହୋଇଛି। ଏହା ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ମଜଭୁତ କରିବାରେ ସାହାଯ୍ୟ କରେ। ଏଥିସହ ଶ୍ୱାସାରୀ ଆପଣଙ୍କ ଶ୍ୱସନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଥଣ୍ଡା, ସର୍ଦ୍ଦି, କାଶ ଭଳି ସମସ୍ୟା ଦୂର କରେ।

coronil

ରାମଦେବଙ୍କ ସୂଚନା ମୁତାବକ, କୋରୋନିଲର ପରୀକ୍ଷଣରେ ୨୮୦ ଜଣ ରୋଗୀଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୧୦୦ ଲୋକ ଉପରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ୩ ଦିନ ମଧ୍ୟରେ ୬୯ ପ୍ରତିଶତ ରୋଗୀ ପଜିଟିଭରୁ ନେଗେଟିଭ୍‌ ହୋଇଥିବା ବେଳେ ୭ ଦିନରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଦାବି କରିଛନ୍ତି ସ୍ୱାମୀ ରାମଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.