ଚୀନୀ ସେନାଙ୍କୁ ଧୁମ୍‌ ପିଟିଲେ ଭାରତୀୟ ଯବାନ୍‌, ଦେଖନ୍ତୁ ସୀମାରୁ ଭାଇରାଲ ହୋଇଥିବା ଏହି ଭିଡିଓ

ଭାରତ ମା’ ପାଇଁ ଆମ ଯବାନ ଜୀବନ ଦେବାକୁ ବି ପଛଘୁଞ୍ଚା ଦେଇନଥାନ୍ତି। ଏବେ ଚୀନ୍‌ର ଲୋଲୁପ ଦୃଷ୍ଟି ଭାରତ ମାଟି ଉପରେ ପଡ଼ିବା ପରେ ହିଂସ୍ର ହୋଇ ଉଠିଛନ୍ତି ଭାରତୀୟ ଯବାନ। ମାଟି ମା’ର ସୁରକ୍ଷା ପାଇଁ ଭାରତୀୟ ଯବାନ କ’ଣ କରିପାରନ୍ତି ତାହାର ଭିଡିଓ ଏବେ ଭାଇରାଲ ହେଉଛି। ଭାରତ ହାତରୁ ମାଡ଼ ଖାଇଥିବା ଚୀନ୍‌ର ଏହା ସଦ୍ୟ ଭିଡିଓ। ୫ ମିନିଟ୍‌ର ଏହି ଭିଡିଓ ଉତ୍ତର ସିକିମ୍‌ର ନାକୁଲାର ବୋଲି କୁହାଯାଉଛି। ସେଠାରେ ଗତ ମାସ ୯ ତାରିଖରେ ରାଜପୁତାନା ରେଜିମେଣ୍ଟର ଯବାନ ଓ ଚୀନ୍‌ ସୈନିକଙ୍କ ମଧ୍ୟରେ ପ୍ରବଳ ମାଡ଼ପିଟ୍‌ ହୋଇଥିଲା।

ଭିଡିଓ ଆରମ୍ଭରେ ୪ ଜଣ ସୈନିକ ନଜର ଆସୁଛନ୍ତି। ଏଥିରେ ୨ ଭାରତୀୟ ଯବାନ ଓ ମୁହଁରେ ଧଳା ରଙ୍ଗର ମାସ୍କ ପିନ୍ଧି ୨ ଚୀନୀ ଯବାନ ଅଛନ୍ତି। ଭାରତୀୟ ସୈନିକ ପ୍ରଥମେ ବିନମ୍ରତାର ସହ ଚୀନ୍‌ ସେନାଙ୍କୁ ପଛକୁ ଯିବାକୁ କହୁଛନ୍ତି। ମାତ୍ର ଏହି ସମୟରେ ଚୀନ୍‌ର ଜଣେ ଯବାନ ଭାରତୀୟ ଯବାନଙ୍କୁ ଧକ୍କା ମାରୁଛି। ଭାରତୀୟ ଯବାନ ମଧ୍ୟ ତାକୁ ଧକ୍କା ମାରୁଛନ୍ତି। ତା’ ପରେ ସେଠାକୁ ଆଉ ଜଣେ ସୈନିକ ଆସୁଛନ୍ତି ଓ ମାଡ଼ଗୋଳ ଆରମ୍ଭ ହୋଇଯାଉଛି।

ଦେଖନ୍ତୁ ଭିଡିଓ:


ଏହି ମାଡ଼ପିଟ୍‌ ପରେ ଚୀନ୍‌ ସୈନ୍ୟ ପଛଘୁଞ୍ଚା ଦେଉଥିବା ଦେଖାଯାଇଛି। ଭିଡିଓଟିକୁ ଜଣେ ଯବାନ ସୁଟିଂ କରିଛନ୍ତି। କୁହାଯାଉଛି ଯେ ଏହି ମାଡ଼ଗୋଳରେ ଭାରତର ପାଞ୍ଚ ଓ ଚୀନ୍‌ର ୭ ଜଣ ସୈନ୍ୟ ଆହତ ହୋଇଥିଲେ। ଭିଡିଓଟି ଏବେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.