Below header

ଆମେରିକାର ଫାଷ୍ଟ ଲେଡି ଜିଲ୍‌ ବାଇଡେନ କୋଭିଡ ପଜିଟିଭ, ଜୋ ବାଇଡେନଙ୍କ ଭାରତ ଗସ୍ତରେ ପଡ଼ିବ କି ପ୍ରଭାବ ?

ରାଷ୍ଟ୍ରପତି ବାଇଡେନଙ୍କ ଭାରତ ଗସ୍ତର କିଛି ସମୟ ପୂର୍ବରୁ ଜିଲ ବାଇଡେନ କୋଭିଡ ପଜିଟିଭ ହେବାର ଖବର ଆସିଛି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ଜିଲ୍ ବାଇଡେନ ସଂକ୍ରମିତ ଜଣା ପଡିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କର କୋଭିଡ ଟେଷ୍ଟ ହୋଇଥିଲା। କିନ୍ତୁ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।

ଜୋ ବାଇଡେନଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କ ପତ୍ନୀ କୋଭିଡ ସଂକ୍ରମିତ ହୋଇଛନ୍ତି । ପରୀକ୍ଷା ପରେ ଆମେରିକା ଫାଷ୍ଟ ଲେଡି ଜିଲ୍ ବାଇଡେନ କୋଭିଡ ପଜିଟିଭ ଥିବା ଜଣା ପଡିଛି । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି । ଜିଲ୍ ବାଇଡେନ ସଂକ୍ରମିତ ଜଣା ପଡିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କର କୋଭିଡ ଟେଷ୍ଟ ହୋଇଥିଲା । କିନ୍ତୁ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।

ହ୍ଵାଇଟ ହାଉସର ପ୍ରେସ ସଚିବ କ୍ୟାରୀନ୍ ଜାନ-ପିଆର କହିଛନ୍ତି ଯେ ରାଷ୍ଟ୍ରପତି ନିୟମିତ ପରୀକ୍ଷା ଜାରି ରଖିବେ ଏବଂ ଲକ୍ଷଣକୁ ନେଇ ତାଙ୍କ ଉପରେ ନଜର ରଖାଯିବ। ହରିକେନ ଇଡାଲିଆର କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ଶନିବାର ଦିନ ଜୋ ଏବଂ ଜିଲ୍ ବାଇଡେନ ଫ୍ଲୋରିଡା ଯାଇଥିଲେ । ଏହାପରେ ଜିଲ୍ ବାଇଡେନ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସେ ଡେଲୱେର ସ୍ଥିତ ବାସଭବନରେ ଅଛନ୍ତି । ଅନ୍ୟପଟେ ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ କି ନାହିଁ ତାକୁ ନେଇ ସସପେନ୍ସ ଲାଗି ରହିଛି ।

ରାଷ୍ଟ୍ରପତି ବାଇଡେନଙ୍କ ଭାରତ ଗସ୍ତର କିଛି ସମୟ ପୂର୍ବରୁ ଜିଲ ବାଇଡେନ କୋଭିଡ ପଜିଟିଭ ହେବାର ଖବର ଆସିଛି । ରାଷ୍ଟ୍ରପତିଙ୍କ ବିଦେଶ ଯାତ୍ରା ଯୋଜନା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ କି ? ଏ ବାବଦରେ ପ୍ରଶ୍ନ ପଚରାଯିବା ପରେ ହ୍ଵାଇଟ ହାଉସର କୌଣସି ପ୍ରତିକ୍ରିୟା ମିଳି ନଥିଲା । ଜି –୨୦ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଗୁରୁବାର ଦିନ ନୂଆଦିଲ୍ଲୀ ଗସ୍ତ କରିବା ପାଇ କାର୍ଯ୍ୟକ୍ରମ ରହିଛି ଏବଂ ରବିବାର ଦିନ ହାନୋଇ ଅଭିମୁଖେ ଯାତ୍ରା କରିବେ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଜି-୨୦ ସମ୍ମିଳନୀରେ ଯୋଗ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭେଟ ହେବ । ସୂଚନାନୁସାରେ ଜି –୨୦ସମ୍ମିଳନୀ ପୂର୍ବରୁ ସେପ୍ଟେମ୍ବର ୮ ରେ ମୋଦୀ-ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇପାରେ। ଏହା ବ୍ୟତୀତ ସେପ୍ଟେମ୍ବର ୯ ରେ ଯେତେବେଳେ ବିଭିନ୍ନ ଦେଶର ମୁଖ୍ୟମାନେ ଆନୁଷ୍ଠାନିକ ଭାବେ ଆଲୋଚନା କରିବେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଇଡେନ ଏକ ଘଣ୍ଟା ପାଇଁ ସାକ୍ଷାତ କରିପାରିବେ ।

ଏହି ବୈଠକ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ‘ଜି –୨୦’ ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ହୋଟେଲରୁ ରାଜଘାଟ ଏବଂ ପ୍ରଗତି ମଇଦାନରେ ପହଞ୍ଚିବା ପାଇଁ ସର୍ବାଧିକ ୪୦ ମିନିଟର ସମୟ ସ୍ଥିର କରାଯାଇଛି । ଏହି ସମୟ ସୂଚୀ ଅନୁଯାୟୀ ସମସ୍ତ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ହୋଟେଲରୁ ପ୍ରଗତି ମଇଦାନ ଏବଂ ରାଜଘାଟରେ ପହଞ୍ଚିବେ । ରାସ୍ତାରେ କୌଣସି ପ୍ରକାରର ବ୍ରେକର୍ ରହିବ ନାହିଁ । ଏହି କାରଣରୁ ସମସ୍ତ ଅତିଥି ସମାନ କାର୍ଯ୍ୟସୂଚୀ ଅନୁଯାୟୀ ନିଜ ନିଜ ହୋଟେଲରୁ ଆୟୋଜନ ସ୍ଥାନ ଏବଂ ରାଜଘାଟରେ ପହଞ୍ଚିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.