Below header

ଲୋକ ଏନପିଆରକୁ ନେଇ ଭୟର ମାହୋଲ ସୃଷ୍ଟି କରୁଛନ୍ତି: ଅମିତ ଶାହ

ନୂଆଦିଲ୍ଲୀ: ଏନପିଆରର କୌଣସି ବି ଡାଟା ଏନଆରସିରେ ବ୍ୟବହାର କରାଯିବ ନାହିଁ । ଦୁଇ ପ୍ରକିୟା ଭିନ୍ନ ଭିନ୍ନ ଅଟେ । ଏହି ଆଧାରରେ ଅଲଗା ଅଲଗା ଯୋଜନା ଆକାରର ରୂପ ନେଇଥାଏ । ସ୍ୱତନ୍ତ୍ର ସାକ୍ଷାତକାରରେ ଏଭଳି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଶାହା କହିଛନ୍ତି ଯେ, କିଛି ଲୋକ ଏନପିଆରକୁ ନେଇ ଭୟର ମାହୋଲ ସୃଷ୍ଟି କରୁଛନ୍ତି । ଲୋକଙ୍କୁ ଭୁଲ ସୂଚନା ଦେଇ ଭ୍ରମିତ କରାଯାଉଛି । ଏନପିଆର ଓ ଏନଆରସି ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ନାହିଁ । ଏନପିଆର ବୁଝାଇବାକୁ ଯାଇ ଅମିତ ଶାହା ଓଡ଼ିଶାର ସେ ଉଦାହରଣ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି । ଗୁଜରାଟରେ ବହୁ ସଂଖ୍ୟାରେ ଓଡ଼ିଆ ରହୁଛନ୍ତି । ହେଲେ କେତେ ଅଛନ୍ତି ତାହା ଜଣାନାହିଁ । ସେହ ସଂଖ୍ୟା ଜଣାପଡିଲେ ତ ସେମାନଙ୍କ ପାଇଁ କିଛି କାମ କରିହେବ । ସେମାନଙ୍କ ଭାଷା ପଢ଼ାଇ ହେବ । ସ୍କୁଲରେ ସେମାନଙ୍କ ଭାଷା ପଢ଼ାଇବା ପାଇଁ କିଛି ଯୋଜନା କରିହେବ । ଏସବୁ ଜାଣିବାକୁ ଏନପିଆର ଜରୁରୀ କି ନାହିଁ, ଅମିତ ଶାହା ପ୍ରଶ୍ନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.