Below header

ମର୍ତ୍ତ୍ୟରେ ନାରାୟଣଙ୍କ ଅନନ୍ତ ଶୟନ, ଆସାମ ବନ୍ୟାରେ ଦେଖା ଦେଇଛି ଏଭଳି ଦୃଶ୍ୟ

ଗୌହାଟି : ବିଷ୍ଣୁଙ୍କ ଅନନ୍ତ ଶୟନ । କ୍ଷୀର ସାଗରରେ ବିଷ୍ଣୁଙ୍କ ଅନନ୍ତ ଶୟନ ନେଇ ପୁରାଣରେ ବର୍ଣ୍ଣନା ରହିଛି । ଯାହା ଆମେ ଚିତ୍ର କିମ୍ବା ଚଳଚ୍ଚିତ୍ର ଓ ଟିଭିରେ ଦେଖିଛେ । ହେଲେ ଏଭଳି ଏକ ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି ଆସାମ ବନ୍ୟାରେ । ଅନନ୍ତ ଜଳରାଶିରେ ଅନନ୍ତ ଶୟନ କରିଛନ୍ତି ଭଗବାନ ବିଷ୍ଣୁ । ଏ ହେଉଛି ଆସାମ ଗୌହାଟିର ଦୃଶ୍ୟ । ଗୌହାଟିରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବ୍ରହ୍ମପୁତ୍ର ନଦୀ । ନଦୀ ଭିତରେ ଏକ ଖମ୍ବ ଉପରେ ସ୍ଥାପନା ହୋଇଥିବା ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତିକୁ ଛୁଇଁଛି ବନ୍ୟାଜଳ । ବିଷ୍ଣୁଙ୍କ ପାଦ ସ୍ପର୍ଶ କରି ବନ୍ୟା ଜଳ ପ୍ରବାହିତ ହେଉଛି । କାଲିପୁର ଚକ୍ରେଶ୍ୱର ମନ୍ଦିର ନିକଟରେ ନଦୀ ମଧ୍ୟରେ ବିଷ୍ଣୁଙ୍କର ଏହି ଅନନ୍ତ ଶୟନ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ।
ଉତ୍ତରାଖଣ୍ଡରେ ଯେଭଳି ପ୍ରଳୟ ଆସିଥିଲା ବେଳେ ନଦୀ ମଧ୍ୟରେ ଧ୍ୟାନରତ ମହାଦେବଙ୍କ ମୂର୍ତ୍ତି ବନ୍ୟା ଜଳରେ ବୁଡ଼ି ରହିଥିଲା, ଠିକ୍‌ ସେହିଭଳି ଗୌହାଟିରେ ଅନନ୍ତ ଶୟନ ମୂର୍ତ୍ତିକୁ ଛୁଇଁଛି ବନ୍ୟା ଜଳ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆଲୋଚନା ଚାଲିଛି ।

UTTARAKHAND

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.