ପୋଲିସ ହେବ ତ ଏମିତି ! ଭିନ୍ନକ୍ଷମଙ୍କୁ କୋଳରେ ଉଠାଇ ରଥ ଉପରେ କରାଇଲେ ଦର୍ଶନ

ବାଲେଶ୍ୱର (କେନ୍ୟୁଜ୍) : ପୋଲିସର ମାନବିକତା। ଭିନ୍ନକ୍ଷମ ଶ୍ରଦ୍ଧାଳୁଙ୍କୁ ରଥ ଉପରକୁ ଟେକି ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଲେ । ବାଲେଶ୍ୱର ଜିଲ୍ଲା ନୀଳଗିରି ରଥଯାତ୍ରାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପରଂପରା ଅନୁଯାୟୀ ଏଠାରେ ତିନି ଦିନ ଧରି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥାଏ । ବାହୁଡ଼ା ଯାତ୍ରାର ଦ୍ୱିତୀୟ ଦିନ କଟକରୁ ଜଣେ ଭିନ୍ନକ୍ଷମ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ହେଲେ ସେ ରଥ ଉପରକୁ ଯାଇପାରିନଥିଲେ । ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ କର୍ମଚାରୀ ତାଙ୍କୁ ଟେକି ଟେକି ରଥ ଉପରକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ପରେ ତଳକୁ ଆଣି ଛାଡ଼ିଥିଲେ । ପୋଲିସର ଦାୟିତ୍ୱବୋଧ ଓ ମାନବିକତା ସବୁ ମହଲରେ ପ୍ରଶଂସା କରାଯାଇଛି । ନୀଳଗିରି ରଥଯାତ୍ରା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.