ସୁବର୍ଣ୍ଣପୁର : ପାତାଳି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ପାଳିତ

ସୁବର୍ଣ୍ଣପୁର (କେନ୍ୟୁଜ୍) : ପାତାଳି ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ପାଳିତ । କୋଟସମଲାଇ ଗାଁରେ ଶ୍ରୀଜୀଉ ଆ଼ଡପ ମଣ୍ଡପରେ ନଅ ଦିନ ଧରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଛଳିଆ ପାହାଡ଼ ଉପରେ ଥିବା ମନ୍ଦିରକୁ ଫେରିଛନ୍ତି। ଆଗରେ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା। ହରିବୋଲ, ହୁଳହୁଳି, ଘଣ୍ଟଘଣ୍ଟା ଓ ସଂକୀର୍ତ୍ତନରେ ଉଛୁଳି ପଡିଥିଲା ସାରା ପରିବେଶ। ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନର ସହାୟତାର ପ୍ରତି ବର୍ଷ ପାଳିତ ହୋଇଆସୁଛି ଏହି ବାହୁଡ଼ା ଯାତ୍ରା। ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ନିୟମ ରହିଥିବା ବେଳେ, ମାଆ ମାନେ ଛୋଟ ଶିଶୁମାନଙ୍କର ମଙ୍ଗଳ ମନାସି ଦୀର୍ଘାୟୁ କାମନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.